ତ୍ରୁଟି ପୂର୍ଣ୍ଣ ଅଲଟ୍ରା ସାଉଣ୍ଡର ରିପୋର୍ଟ ପାଇଁ ଶିଶୁ ମୃତ ଅଭିଯୋଗ

Key Points
ତ୍ରୁଟି ପୂର୍ଣ୍ଣ ଅଲଟ୍ରା ସାଉଣ୍ଡର ରିପୋର୍ଟ ପାଇଁ ଶିଶୁର ମୃ୍ତ୍ୟୁ ଅଭିଯୋଗ
ଭଦ୍ରକ ବାଇପାସ ଅଲଟ୍ରା ସାଉଣ୍ଡ କ୍ଲିନିକ ସମୁଖରେ ଧାରଣା
ଓମ୍ ଶାନ୍ତି ଅଲଟ୍ରା ସାଉଣ୍ଡ କ୍ଲିନିକ ସମୁଖରେ ମୃତ ଶିଶୁଙ୍କ ବାପାଙ୍କ ଧାରଣା
ମୃତ ଶିଶୁ କୁ ଧରି ବାପାଙ୍କ ଧାରଣା ..ଶିଶୁର ମୃତ୍ୟୁ ପାଇଁ ଅଲଟ୍ରା ସାଉଣ୍ଡର ରିପୋର୍ଟ ତ୍ରୁଟି ପୂର୍ଣ୍ଣ ବୋଲି ଅଭିଯୋଗ କରି ରାସ୍ତାରେ ଧାରଣା ଦେଇଛନ୍ତି ବାପା ଏପରି ଘଟଣା ଘଟିଛି ଭଦ୍ରକରେ। ସହରର ବାଇପାସ ଓମ ଶାନ୍ତି ଅଲଟ୍ରାସାଉଣ୍ଡ କ୍ଲିନିକ ସମୁଖରେ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ସକାଳୁ ଏହା ଉଗ୍ରରୂପ ନେଇଛି। ଭଦ୍ରକ - ଚାନ୍ଦବାଲି ରାଜରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ। ଶିଶୁଟିର ମାଆ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନ୍ୟାୟ ଦାବି କରି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକମାନେ।
ସେପଟେ ଭଦ୍ରକ ଟାଉନ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଭଦ୍ରକ ତିହିଡି଼ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ଡେଲିଭରି ପାଇଁ ଓମ ଶାନ୍ତି ଅଲଟ୍ରାସାଉଣ୍ଡରେ ଚେକ୍ଅପ୍ କରିଥିଲେ । ରିପୋର୍ଟରେ ପିଲାଟି ଭଲ ଅଛି ବୋଲି ଡାକ୍ତର କହିବା ସହିତ ରିପୋର୍ଟ ଦେଇଥିଲେ । ଅଧିକ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ସେଠାରେ ମୃତ ଶିଶୁ ଜନ୍ମ ହୋଇଥିଲା । ପିଲାଟି ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ତେବେ ଓମ ଶାନ୍ତି ଅଲଟ୍ରାସାଉଣ୍ଡ କ୍ଲିନିକ ରିପୋର୍ଟରେ ପିଲାଟି କେମିତି ବଂଚିଛି ବୋଲି କହିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।