Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ଚିଲିକା ବିହଙ୍ଗ ଉତ୍ସବ

Odisha

ଆଜିଠୁ ଚିଲିକା ବିହଙ୍ଗ ଉତ୍ସବ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜିଠୁ ଚିଲିକା ବିହଙ୍ଗ ଉତ୍ସବ

Key Points


ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଚିଲିକା ବିହଙ୍ଗ ଉତ୍ସବ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହାକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 6 ଜାନୁୟାରୀରୁ 12 ଜାନୁୟାରୀ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଚିଲିକା ଓ ଏହା ସହ ଜଡିତ ପକ୍ଷୀ, ଡଲଫିନ ଓ ପର୍ଯ୍ୟଟନର ପ୍ରଚାର କରିବା ପାଇଁ ଏହି ଏହି ଉତ୍ସବ ପାଳନ କରାଯାଉଛି । ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସେଡର । ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ଉପଭୋଗ କରି ପାରିବେ । ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ 3 ମାସ ଭିତରେ ପ୍ରାୟ 10 ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଆସିଥାନ୍ତି । ତେବେ ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ। ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ହେବ ସେନେଇ ବିଚାର କରୁଛି ବିଭାଗ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅନେକ ଅତିଥି ଆସୁଛନ୍ତି। ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chilika-bihang-festival-from-today | Argus News