Chilika Dolphin / ୩ ଦିନ ଚିଲିକାରେ ଡଲଫିନ୍ ଗଣନା, ବନ୍ଦ ରହିବ ଡଙ୍ଗା ଚଳାଚଳ
·5 months ago·2 min read

Key Points
ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା
ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା । ଚିଲିକାର ଅକାତ ଜଳରାଶିରେ ଦେଖାଯାଉଥିବା ଡଲଫିନ୍ ମାନଙ୍କୁ ଗଣନାକାରୀମାନେ କିଭଳି ଗଣନା କରିବେ ସେନେଇ ଟ୍ରେନର ଗତକାଲି ଟ୍ରେନିଂ ଦେଇଥିଲେ । ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ପାଇଁ ଗଠନ ହୋଇଛି ୧୮ଟି ସ୍ବତନ୍ତ୍ର ଟିମ୍ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ । ଡଲଫିନ୍ ଗଣନା ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ଚିଲିକାର ସମସ୍ତ ବୋଟ୍ ଆସୋସିଏସନ୍କୁ କୁହାଯାଇଛି ।
ଡଲଫିନ ଗଣନା ପାଇଁ ୨ ରେଞ୍ଜ୍ ଅଞ୍ଚଳର ୩ ସେକ୍ଟରରେ ରହିବେ ୧୮ ଟିମ୍ । ସାତପଡ଼ା ରେଞ୍ଜ୍ ଇଲାକାରେ ୮ଟି ଓ ବାଲୁଗାଁ ରେଞ୍ଜ୍ ଇଲାକାରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବାନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଗଣନାରେ ୧୦୦ ରୁ ଉର୍ଦ୍ଧ ବିଭାଗୀୟ କର୍ମଚାରୀ, ସ୍ବେଛାସେବୀ, ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀ ମାନେ ସାମିଲ ହୋଇଛନ୍ତି । ଗଣନା ସମୟରେ ଚିଲିକାରେ ୩ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଭସାପୋଲ ସେବା । ସକାଳୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୨୦,୨୧,୨୨ ତାରିଖ ବନ୍ଦ ରହିବ ଭସାପୋଲ ସେବା । ଯାତ୍ରୀ ବାହୀ ଏବଂ ପରିବହନ ଡଙ୍ଗା ଚଳାଚଳ ମଧ୍ୟ ବନ୍ଦ ରହିବ ।
ଏଥିସହ ପଢ଼ନ୍ତୁ: ସହଜ ଫର୍ମାଟରେ ଖେଳୁଛନ୍ତି ବୋଲି ଇନିଂସ କଲେ କୋହଲି: ସଞ୍ଜୟ
ପକ୍ଷୀ ଗଣନା ପରେ ଆଜିଠୁ ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ ଟାରୁ ସମଗ୍ର ଚିଲିକା ଅଞ୍ଚଳରେ ଚାଲିଛି ଗଣନା। ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ଅଧିନରେ ଥିବା ୨ ଟି ରେଞ୍ଜରେ ଏହି ଡଲଫିନ୍ ଗଣନା କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories