Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ଚିଲିକାରେ ମତ୍ସ୍ୟ କମିବା ପଛର କାରଣ

Rashmita Mishra
Browse all articles by Rashmita Mishra
·10 months ago·2 min read
ସାମ୍ନାକୁ ଆସିଲା ଚିଲିକାରେ ମତ୍ସ୍ୟ କମିବା ପଛର କାରଣ

Key Points

ସାମ୍ନାକୁ ଆସିଲା ଚିଲିକାରେ ମତ୍ସ୍ୟ ଉତ୍ସାଦନ କମିବା ପଛର କାରଣ। ଚିଲିକା ମୁହାଣରୁ ଖୁଲମ ଖୁଲା ଯାଆଁଳ ଛାଣୁଛନ୍ତି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମାଫିଆ । ଚିଲିକାରୁ ବେଧଡ଼କ ଚାଲାଣ ହେଉଛି ଖଇଙ୍ଗା ଓ ଚିଙ୍ଗୁଡ଼ି ଯାଆଁଳ ।

ଚିଲିକାର ଅଥଳ ଜଳରାଶି। ଯେଉଁଠି ସମୁଦ୍ରରେ ମିଶିଛି ଚିଲିକା। ଏଠି ମତ୍ସ୍ୟଜୀବୀ ମାଛ ମାରିବା ଅତି ସାଧାରଣ କଥା। କିନ୍ତୁ ଏହା ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ। ଅର୍ଗସ୍ ହାତରେ ଲାଗିଥିବା ଚିଲିକାର ମତ୍ସ୍ୟ ଉତ୍ପାଦନ କମିବା ପଛର କାରଣ। ଏଠି ଡଙ୍ଗାରେ ମାଛ ମାରୁଥିବା ସେହି ଲୋକମାନେ ସାଧାରଣ ମତ୍ସ୍ୟଜୀବୀ ନୁହନ୍ତି ଯାଆଁଳ ମାଫିଆ। ଆଉ ଏମାନେ ବ୍ୟବହାର କରୁଥିବା ଜାଲ ସାଧାରଣ ମତ୍ସ୍ୟଜୀବୀ ବ୍ୟବହାର କରୁଥିବା ଜାଲ ନୁହେଁ। ଇଏ ହେଉଛି ଜିରୋ ନେଟ୍। ଯେଉଁଥିରେ ଯାଆଁଳ ଛାଣି ନେଉଛନ୍ତି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଏ ମାଫିଆ।

କୌଣସି କଟକଣା ନାହିଁ ଖାତିର। ବେଧଡ଼କ ଚିଲିକା ମୁହାଣରୁ ବେଆଇନ ଭାବେ ଜିରୋ ନେଟରେ ଖଇଙ୍ଗା ଓ ଚିଙ୍ଗୁଡି ଯାଆଁଳ ଛାଣି ନେଉଛନ୍ତି ମାଫିଆ। ଫଳରେ ଚିଲିକାର ମାଛ ବଂଶ ପ୍ରତି ଦେଖାଦେଇଛି ବିପଦ । ମାଫିଆ ମାଲାମାଲ୍ ହେଉଛନ୍ତି, ଅନ୍ୟପଟେ ଚିଙ୍ଗୁଡି ଓ କଙ୍କଡ଼ା ହ୍ରାସ ପାଉଥିବାରୁ ବେଉଷା ହରାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ ।

ସରକାରୀ ତଥ୍ୟ ଅନୁସାରେ ଚିଲିକାରୁ ୨୦୨୧-୨୨ ବର୍ଷରେ ମାଛ ୧୨, ୧୮୮ ମେଟ୍ରିକ ଟନ୍, ଚିଙ୍ଗୁଡ଼ି ୬,୭୬୨ ଏବଂ କଙ୍କଡ଼ା ୪୭୯ ମେଟ୍ରିକ୍ ଟନ୍ ଉତ୍ପାଦିତ ହୋଇଥିଲା । ୨୦୨୨-୨୩ ବର୍ଷରେ ମାଛ ୧୨, ୯୨୯, ଚିଙ୍ଗୁଡ଼ି ୬୪୩୩, କଙ୍କଡ଼ା ୪୪୫ ମେଟ୍ରିକ୍ ଟନ୍ ଏବଂ ୨୦୨୩-୨୪ ବର୍ଷରେ ମାଛ ୧୪, ୪୧୩, ଚିଙ୍ଗୁଡ଼ି ୬,୧୧୦ ଓ କଙ୍କଡ଼ା ୪୨୫ ମେଟ୍ରିକ୍ ଟନ୍ ଉତ୍ପାଦିତ ହୋଇଛି । ଚିଙ୍ଗୁଡ଼ି ଓ କଙ୍କଡାର ଉତ୍ପାଦନ ଲଗାତାର କମିବାରେ ଲାଗିଛି । ଫଳରେ ରୋଜଗାର ହରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ମତ୍ସ୍ୟଜୀବୀ।

ଆଶ୍ଚର୍ଯ୍ୟର କଥା ମାଫିଆ ଦିନ ଦ୍ବି- ପ୍ରହରରେ ଏଭଳି କରୁଥିବା ବେଳେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସ ଦେଖି ବି ଆଖି ଆଡ଼େଇ ଯାଉଛି। ଜିଲ୍ଲାପାଳ କହିଛନ୍ତି ବେଆଇନ ମାଛ ମାରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚିଲିକାରୁ ଯାଆଁଳ ଛାଣି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ମାଫିଆ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ହେଲେ ବେଉଷା ହରାଇ ଦାଦନ ପଳାଉଛନ୍ତି ହଜାର ହଜାର ମତ୍ସ୍ୟଜୀବୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reasons Behind Declining Fish Population in Chilika Lake | Argus News