Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chilika / କଳା ପଡ଼ିଗଲାଣି ନୀଳାମ୍ବୁ ଚିଲିକା, ନାକ ଫାଟି ପଡୁଛି ଦୁର୍ଗନ୍ଧରେ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କଳା ପଡ଼ିଗଲାଣି ନୀଳାମ୍ବୁ ଚିଲିକା, ନାକ ଫାଟି ପଡୁଛି ଦୁର୍ଗନ୍ଧରେ

Key Points

ଦୁର୍ଗନ୍ଧରେ ନାକ ଫାଟି ପଡୁଛି ।
ଧିରେ ଧିରେ ଦଳ ପଚି ପାଣିକୁ କଳା ପକାଇବା ସହ ନଦୀ ଓ ଚିଲିକା ମୁହଁକୁ ପୋତି ପକାଇଲାଣି ।

ଚିଲିକାକୁ ମାଡ଼ି ବସିଛି ଦଳ । କଳା ପଡ଼ିଗଲାଣି ନୀଳ ଜଳ । ବାହାରୁଛି ଦୁର୍ଗନ୍ଧ, ନଷ୍ଟ ହେଉଛି ଜୈବ ବିବିଧତା । ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି କଣାସ ଓ ବ୍ରହ୍ମଗିରି ବ୍ଲକର ହଜାର ହଜାର ମତ୍ସ୍ୟଜୀବୀ । ବିଦେଶୀ ପକ୍ଷୀଙ୍କ ଉପରେ ବି ପଡୁଛି ଖରାପ ପ୍ରଭାବ ।

ଯେଉଁଆଡ଼େ ଦେଖିଲେ ଖାଲି ଦଳ ହିଁ ଦଳ । ବିପଦରେ ଚିଲିକା । ରାଜ ଦଳ ସାଜିଛି କାଳ । କିପରି ନୀଳାମ୍ବୁ ଚିଲିକାକୁ ପୋତି ପକାଇଲାଣି ଏହି ଦଳ । ଏଥିପାଇଁ ଦାୟୀ କିଏ ? ପୁରୀ ଜିଲ୍ଲା ଚନ୍ଦନପୁର ନିକଟ ଜମୁନାକୁଦାଠୁ ଘଟକୁଡି ପର୍ଯ୍ୟନ୍ତ ରତନ୍ନଚିରା ଏବଂ ଘଟକୁଡିଠୁ ଗୋବର୍ଦ୍ଧନପୁର ବ୍ୟାରେଜ୍ ଭାର୍ଗବୀ ନଦୀରୁ ଦଳ ସଫା କରିବାକୁ ଜଳସମ୍ପଦ ବିଭାଗର ଜଳନିକାସ ବିଭାଜନ ଟେଣ୍ଡର କରିଛି । ଏଥିପାଇଁ ୬୯ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ ହୋଇଛି । ହେଲେ ଯେଉଁଭଳି ଚାଲିଛି ଦଳ ସଫା, ତାହା ନ କହିବା ଭଲ ।

ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଧିରେ ଧିରେ ଦଳ ପଚି ପାଣିକୁ କଳା ପକାଇବା ସହ ନଦୀ ଓ ଚିଲିକା ମୁହଁକୁ ପୋତି ପକାଇଲାଣି । ଫଳରେ ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି କଣାସ ଏବଂ ବ୍ରହ୍ମଗିରି ବ୍ଲକର ହଜାର ହଜାର ମତ୍ସ୍ୟଜୀବୀ । ଏବେ ଶୀତ ଋତୁରେ ପୂର୍ବ-ଉତ୍ତର ଚିଲିକାର ଜଳ କଳା ପଡ଼ିଥିବାରୁ ପକ୍ଷୀଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଥିବା ପରିବେଶବିତ୍ କହିଛନ୍ତି ।

ସେପଟେ ପୁରୀ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ପତିକ୍ରିୟା ମିଳିପାରିନାହିଁ । ବ୍ରହ୍ମଗିରି ବିଧାୟିକା କହିଛନ୍ତି, ଏହା ଚିନ୍ତାଜନକ, ସମ୍ପୃକ୍ତ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନ କରାଯାଇ ସମାଧାନ କରାଯିବ । ଚିଲିକାକୁ ସଂଯୋଗ ହୋଇଥିବା ୫୨ ଗୋଟି ନଦୀ ନାଳର ଦଳ ଏବଂ ପଟୁ ମାଟି ବନ୍ୟା ସମୟରେ ଚିଲିକାକୁ ପୋତି ପକାଉଥିବା ବେଳେ ଏବେ ଜଳ ସମ୍ପଦ ବିଭାଗର ଅଜବ ନିସ୍ପତ୍ତି ଲାଗି ସଙ୍କଟରେ ଚିଲିକା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chilika | 'Chilika' lake in danger. The blue water has turned black. | Argus News