Chilika Sea Plane: ଚିଲିକାରେ ଆରମ୍ଭ ହେବ ସି-ପ୍ଲେନ୍

Key Points
ଦେଶରେ ୯୨ଟି ଏୟାରପୋର୍ଟ ଉଡାନ ଯୋଜନାରେ ସଂଯୋଗ କରାଯାଇଛି ।
ଆଗକୁ ଉତ୍ତର ପୂର୍ବ ଭାରତର ହିଲ ଷ୍ଟେସନରେ ତିଆରି ହେବ ଏୟାରପୋର୍ଟ ।
ଦେଶରେ ଅକ୍ଟୋବରରେ ଆରମ୍ଭ ହେବ ସି-ପ୍ଲେନ ସେବା । ଓଡ଼ିଶାର ଚିଲିକାରେ ଚାଲିବ ସି-ପ୍ଲେନ। ଚିଲିକା ସହ ଆଣ୍ଡାମାନ ନିକୋବର, କେରଳ ଓ ଆନ୍ଧ୍ର ପ୍ରଦେଶରେ ଚାଲିବ ସି-ପ୍ଲେନ। ଓଡିଶାରେ ଅଚଳ ଥିବା ୨୨ଟି ଏୟାରଷ୍ଟ୍ରିପକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ପୁରୀ ବିମାନବନ୍ଦରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ।
ଏନେଇ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଦେଇଛନ୍ତି ସୂଚନା। ପୁରୀରେ ଜଗନ୍ନାଥ ବିମାନ ବନ୍ଦର ଖୁବଶୀଘ୍ର ହେବ କାର୍ଯ୍ୟକ୍ଷମ। ଜମି ସହ ଆବଶ୍ୟକୀୟ ଅନୁମତି ମିଳିସାରିଛି। ଖୁବଶୀଘ୍ର ଆରମ୍ଭ ହେବ ଗ୍ରାଉଣ୍ଡ ଅପରେସନ କାର୍ଯ୍ୟ। ୨୦୨୪ରେ ଦେଶରେ ୨୪ କୋଟି ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ଏହା ୬୫ ବର୍ଷର ରେକର୍ଡ ଭାଙ୍ଗିଛି ।
ଦେଶରେ ୯୨ଟି ଏୟାରପୋର୍ଟ ଉଡାନ ଯୋଜନାରେ ସଂଯୋଗ କରାଯାଇଛି । ଆଗକୁ ଉତ୍ତର ପୂର୍ବ ଭାରତର ହିଲ ଷ୍ଟେସନରେ ତିଆରି ହେବ ଏୟାରପୋର୍ଟ । କେନ୍ଦ୍ର ବେସାମରିକ ବିମାନ ରାଷ୍ଟ୍ର ମନ୍ତ୍ରୀ ମୁରୁଲୀଧର ମୋହୋଲ କହିଛନ୍ତି ପ୍ରତି ୪୦ ଦିନରେ ଦେଶରେ ତିଆରି ହେଉଛି ଗୋଟିଏ ବିମାନ ବନ୍ଦର । ୨୦୧୪ରେ ଦେଶରେ ୭୪ ଏୟାରପୋର୍ଟ ଥିଲା। ୨୦୨୫ରେ ଦେଶରେ ୧୬୨ ଏୟାରପୋର୍ଟ ଅଛି। ଉଡାନ ଯୋଜନାରେ ଦେଶର ଦେଢ଼ କୋଟି ଯାତ୍ରୀ ଲାଭ ପାଇଛନ୍ତି ।
ଅନ୍ୟପଟେ ଭୁବନେଶ୍ୱର ବିମାନ ବନ୍ଦରରେ ଆଉ ମହଙ୍ଗା ନୁହେଁ ବରଂ ଶସ୍ତାରେ ମିଳିବ ଖାଦ୍ୟ ପାନୀୟ । ବିମାନବନ୍ଦର ପରିସରରେ ଉଡାନ ଯାତ୍ରୀ କାଫେର ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଯେଉଁଠି ସୁଲଭ ମୂଲ୍ୟରେ ଯାତ୍ରୀମାନେ ଚା, କଫି ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ପାଇପାରିବେ ।
କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇ ପାରିବେ । ଗତବର୍ଷ ଡ଼ିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା । ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେ ଏବଂ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି କାଫେ । ଆସନ୍ତା ବର୍ଷକ ମଧ୍ୟରେ ୧୦କୁ ୧୫ ବଡ଼ ବଡ଼ ବିମାନବନ୍ଦରରେ କାଫେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ।