ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଦିନ ରାତି ଏକ କରିଦେଇଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ
·1 year ago·1 min read

ଅର୍ଗସ ବ୍ୟୁରୋ: ପକ୍ଷୀ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା । ଚିଲିକାରେ ଯୋରଦାର୍ ଚାଲିଛି ପାଟ୍ରୋଲିଂ । ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଦିନ ରାତି ଏକ କରିଦେଇଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ। ବିଦେଶୀ ପକ୍ଷୀ ସୁରକ୍ଷାର ରିୟଲିଟି ପରଖିଛି ଅର୍ଗସ୍ ଟିମ୍। ସାରା ରାତି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳର ଅଧିନରେ ଥିବା ୧୧ଟି ପକ୍ଷୀ ସୁରକ୍ଷା ଶିବିରରେ ପହଞ୍ଚି ସ୍ଥିତି ପରଖିଥିଲା ଆମ ଟିମ୍। ହାତରେ ଲାଠି ଏବଂ ହାଇମାକ୍ସ ଟର୍ଚ୍ଚ ଲାଇଟି ଧରି ଶାରା ରାତି ଉଜାଗର ରହୁଛନ୍ତି ସୁରକ୍ଷା କର୍ମି, କ୍ୟାମ୍ପ ଇନଚାର୍ଜ । ଜାରି ରହିଛି କଡ଼ା ପ୍ରହରା। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ବାଲୁଗାଁ, ରମ୍ଭା, ସାତପଡା, ନୂଆପଡାଏ ଏବଂ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ କଡାକଡି ଚାଲିଛି ସୁରକ୍ଷା ବ୍ୟବସ୍ଥା। ଡିଏଫଓ ଅମ୍ଲାନ ନାୟକଙ୍କ ନେତୃତରେ ଚାଲିଛି ପାଟ୍ରୋଲିଂ। ପୂର୍ବରୁ ପକ୍ଷୀ ଶିକାରର ହଟସ୍ପଟ୍ ସ୍ଥାନରେ ଭୟମୁକ୍ତ ଭାବରେ ଡେଣା ମେଲାଇ ଉଡୁଛନ୍ତି ବିଦେଶୀ ପକ୍ଷୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: