Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ 31 ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା,ଆଉ ରସିଦର ଆବଶ୍ୟକତା ନାହିଁ

Odisha

Chit Fund Refund / ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ 31 ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା,ଆଉ ରସିଦର ଆବଶ୍ୟକତା ନାହିଁ

Bikash Mohanty
Browse all articles by Bikash Mohanty
·3 hours ago·2 min read
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ 31 ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା,ଆଉ ରସିଦର ଆବଶ୍ୟକତା ନାହିଁ
Chit fund

Key Points

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର
କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର
31 ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା
ଏଣିକି ଆଉ ରସିଦର ଆବଶ୍ୟକତା ନାହିଁ
ଭୁବନେଶ୍ବର,୦୧/୦୬: ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର। ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର। 31 ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା। ମାର୍ଚ୍ଚ 31 ଯାଏଁ ଥିବା ଅବଧିକୁ ଅଗଷ୍ଟ 31 ଯାଏଁ ବଢ଼େଇଲେ ରାଜ୍ୟ ସରକାର।ଆଠରୁ ଦଶ ହଜାର କ୍ଷୁଦ୍ର ଜମା କାରୀ ଙ୍କୁ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର। ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କଲେ 15 ଦିନ ଭିତରେ ଫେରିପାଇବେ ଟଙ୍କା ବୋଲି କହିଛନ୍ତି ରାଜ୍ୟ ସରକାର।

ତଦନ୍ତ କମିଶନ ସୁପାରିଶ କରିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୂଳ ଜମା ରସିଦର ଆବଶ୍ୟକତା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ବହୁ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରି ପାଇନାହାନ୍ତି I ଏହା ପରିଦୃଷ୍ଟ ହେଉଛି ଯେ, ବହୁ ଜମାକାରୀଙ୍କ ପାଖରେ ସେମାନଙ୍କର ମୂଳ ଜମା ରସିଦଟି ଉପଲବ୍ଧ ନାହିଁ | ଏଣୁ, ଓଡ଼ିଶା ସରକାର ତଦନ୍ତ କମିଶନଙ୍କ ସୁପାରିଶ କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ କରିବାକୁ ନିଷ୍ପତି ନେଇଛନ୍ତି | ଏହି ପ୍ରକ୍ରିୟାରେ ମାନ୍ୟବର ତଦନ୍ତ କମିଶନ ସୁପାରିଶ କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ କେବଳ ସେମାନଙ୍କର ପରିଚୟ ପତ୍ର ପ୍ରଦାନକରି ସେମାନଙ୍କର ଟଙ୍କା ଫେରସ୍ତ ପାଇପାରିବେ | ଏଥିପାଇଁ ମୂଳ ଜମା ରସିଦର ଦାଖଲ କରିବାର ଆବଶ୍ୟକତା ନାହିଁ|

କେଉଁମାନେ ଏହି ସୁଯୋଗର ସୁଫଳ ପାଇବେ ?

ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଜମାକାରୀ

ତଦନ୍ତ କମିଶନ ରିପୋର୍ଟର କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଆବେଦନ ପତ୍ରର ସ୍ଥିତି କିପରି ଜାଣି ପାରିବେ ?

ନିଜ ଜିଲ୍ଲାର ସରକାରୀ websiteରେ ଫେରସ୍ତ ପାଇ ନଥିବା ଜମାକାରୀ ମାନଙ୍କର ସମ୍ପୂର୍ଣ୍ଣ ତାଲିକା ଉପଲବ୍ଧ ଅଛି | ଏତଦ୍ ବ୍ୟତୀତ,  ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ / Affidavit ନମ୍ବର www.opid.odisha.gov.in ରେ ଦେଇ ସେମାନଙ୍କର ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସଂପର୍କରେ ଜାଣି ପାରିବେ |

ଟଙ୍କା ଫେରସ୍ତ ପାଇଁ ତଦନ୍ତ କମିଶନ ରିପୋର୍ଟର କ୍ଷୁଦ୍ର ଜମାକାରୀମାନେ କ’ଣ କରିବେ ?

ଜମାକାରୀମାନେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ (R.I.)ଙ୍କ ପାଖରେ ନିମ୍ନଲିଖିତ ତଥ୍ୟ ସହ ଯୋଗାଯୋଗ କରିବେ

୧. ପରିଚୟ ପତ୍ର ଯଥା :- ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ଇତ୍ୟାଦି |

ଓଆଇପିଆର ୫୦୦୧/୫୦୦୧/୨/୨୬-୨୭/୦୦୦୧

୨. ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଯଥା : - ଖାତା ନମ୍ବର, ବ୍ୟାଙ୍କର ନାମ, IFSC

ସମସ୍ତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଅବଶିଷ୍ଟ ଜମାକାରୀଙ୍କ ସୁବିଧା ନିମନ୍ତେ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଅଛି ବୋଲି କହିଛି ଅର୍ଥ ବିଭାଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chit Fund Refund | Chit Fund Refund Update: Money Return Till August 31 Without Receipt | Argus News