Relief For Small Depositors / ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର । ଚିଟଫଣ୍ଡ ଟଙ୍କା ଫେରସ୍ତ ଅବଧି ବୃଦ୍ଧି
·7 months ago·2 min read

Key Points
ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର
ଫେରସ୍ତ ଅବଧିକୁ 31 ମାର୍ଚ୍ଚ ଯାଏଁ ବୃଦ୍ଧି
୮ ହାଜର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଜମାକାରୀପାଇବେ ଟଙ୍କା

ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର । ଚିଟଫଣ୍ଡ ଟଙ୍କା ଫେରସ୍ତ ଅବଧିକୁ 31 ମାର୍ଚ୍ଚ ଯାଏଁ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବରୁ ଚିଟ୍ ଫଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ୩୧ ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା ।
ତେବେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ କେତେକ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରି ପାଇନାହାନ୍ତି । ତେଣୁ ଅବଶିଷ୍ଟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସମସ୍ତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେଇପାରିବେ । ତେବେ ତଦନ୍ତ କମିଶନ ସୁପାରିସ କରିଥିବା ଓ ଫେରସ୍ତ ପାଇ ନଥିବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଆବେଦନ କରିପାରିବେ । ଏହାସହ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇ ନଥିବା ୮ ହାଜର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା ।
ନିଜ ଜିଲ୍ଲାର ସରକାରୀ websiteରେ ଫେରସ୍ତ ପାଇ ନଥିବା ଜମାକାରୀ ମାନଙ୍କର ସମ୍ପୂର୍ଣ ତାଲିକା ଉପଲବ୍ଧ ଅଛି। ଏହାଛଡ଼ା, ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କର ନାମ, Affidavit ନମ୍ବର ଏବଂ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ ଜମାକାରୀଙ୍କର ନାମ, Application ନମ୍ବରwww.opid.odisha.gov.in ରେ ଦେଇ ସେମାନଙ୍କ ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିପାରିବେ ।
ଜମାକାରୀ ମାନେ ପରିଚୟ ପତ୍ର ଯଥା, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ଇତ୍ୟାଦି ଆବଶ୍ୟକୀୟ ଦସ୍ତାବିଜ ସହିତ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ପାଖରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କର ଜମା ଟଙ୍କା ଫେରି ପାଇବାର ପ୍ରାବଧାନ କରାଯାଇଛି । ଏହାସହ ମୂଳ ଜମା ରସିଦ ମଧ୍ୟ ଦାଖଲ କରିବାକୁ ପଡ଼ିବ । ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଯଥା ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାମ, IFSC କୋଡ ଆବେଦନ କରିଥିବା ଜମାକାରୀ ମାନେ ଉଲ୍ଲେଖ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁମାନେ ଏହି ସୁଯୋଗର ସୁଫଳ ପାଇବେ ?
୧.ମାନ୍ୟବର ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ (୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା) ।
୨. ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ (୮,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା) ।

Related Topics
Explore more stories