Chitrakarini Temple / ଚିତ୍ରକାରିଣୀ ମନ୍ଦିରରୁ ପ୍ରାୟ ୩୦ଭରିର ସୁନା ଚୋରି

Key Points
ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ବାର ନିକଟ ଚିତ୍ରକାରିଣୀ ମନ୍ଦିରରୁ ଚୋରି
ପ୍ରାୟ ୩୦ଭରି ସୁନା ଚୋରି ହୋଇଥିବା ଅଭିଯୋଗ
୩ଟି ସୁନା ହାର, ୩ଟି ମଙ୍ଗଳସୁତ୍ର, ସୁନା ଗଳା ମାଳ ଜବତ
ଚିତ୍ରକାରିଣୀ ମନ୍ଦିରରୁ ଚୋରି... ରାତିଅଧରେ ମନ୍ଦିରରେ ପଶି କଳା କନା ବୁଲାଇଲେ ଚୋର । ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ୱାର ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିରରୁ ଚୋରି ହୋଇଥିବା ସୂଚନା । ଚୋରମାନେ ରାତିଅଧରେ ମନ୍ଦିରର ତାଲା ଭାଙ୍ଗି ପ୍ରାୟ ୩୦ଭରିର ସୁନା ଲୁଟି ନେଇଥିବା ନେଇ ଅଭିଯୋଗ କରିଛନ୍ତି ମନ୍ଦିରର ପୂଜକ ଓ ସ୍ଥାନୀୟ ଲୋକେ ।
ସୂଚନାଥାଉ କି ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିର ମୁଖ୍ୟ ଗେଟ୍ ତାଲାକୁ ପଥରରେ ଭାଙ୍ଗି ଗର୍ଭଗୃହରେ ପଶି ମା’ଙ୍କ ବେକରେ ଥିବା ୩ଟି ସୁନା ହାର, ୩ଟି ମଙ୍ଗଳସୁତ୍ର, ସୁନା ଗଳା ମାଳ ସହ କାହିଁ କେଉଁ କାଳରୁ ଥିବା ପ୍ରାଚୀନ ମୂର୍ତ୍ତିକୁ ଚୋରି କରିନେଇଛନ୍ତି ।
ଖାଲି ସେତିକି ନୁହେଁ ଦୁଇଟି ପାଟ ଲୁଗା ଓ ଦାନ ବାକ୍ସରେ ଥିବା ଟଙ୍କା ପାଖା ପାଖି ୫ହଜାର ଟଙ୍କା, ପୂଜା ବହି ଓ ଏଥିରେ ଥିବା ପ୍ରାୟ ୮ହଜାର ଟଙ୍କାକୁ ଚୋରି କରିନେଇଛନ୍ତି । ଚୋରି ହୋଇଥିବା ନେଇ ମନ୍ଦିର ପୂଜକ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ସୋମନାଥଙ୍କ ଇତିହାସ ଆମକୁ ଶିଖାଏ ଧର୍ଯ୍ୟ ଏବଂ ଆତ୍ମସମ୍ମାନ, ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ମଧ୍ୟରେ ସମାନତା ଅଛି
ଚିତ୍ରକାରିଣୀ ମନ୍ଦିର
ଚିତ୍ରକାରିଣୀ ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର ଅଟେ । ଏହା ମୁଖ୍ୟ ମନ୍ଦିର ଏବଂ ତା'ର ଚତୁଃପାର୍ଶ୍ୱରେ ଥିବା ଚାରୋଟି ମନ୍ଦିରର ସମୂହ । ମନ୍ଦିରଟିର ଇଷ୍ଟଦେବୀ ହେଉଛନ୍ତି ଚାମୁଣ୍ଡା ।
ଚିତ୍ରକାରିଣୀ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀ ନାଗରା ଅନୁସରଣରେ ନିର୍ମିତ । ଏତଦବ୍ୟତୀତ ଏଥିରେ ପଞ୍ଚାୟତନ ଶୈଳୀର ଅନୁଶୀଳନରେ ମୁଖ୍ୟ ମନ୍ଦିର ଚାରିପଟେ ଚାରୋଟି ସାନ ମନ୍ଦିରମାନ ରହିଛି ।
ମୁଖ୍ୟ ମନ୍ଦିରଟି ଦୁଇ ଭାଗରେ ବିଭକ୍ତ: ଗର୍ଭଗୃହ ଏବଂ ଜଗମୋହନ । ଜଗମୋହନର ଉପରଭାଗ ପିରାମିଡ଼ ଆକାରରେ ଗଠିତ, ଯାହାକୁ ପିଢ଼ା କୁହାଯାଏ । ଅନ୍ୟ ଚାରୋଟି ମନ୍ଦିରରେ କେବଳ ଗର୍ଭଗୃହ ରହିଛି । ପ୍ରତ୍ୟେକ ମନ୍ଦିରରେ ଥିବା ଲମ୍ବା ରେଖା ଦେଉଳ ଦ୍ରାବିଡ଼ ଶୈଳୀରେ ନିର୍ମିତ ମନ୍ଦିରମାନଙ୍କଠାରୁ ଅପେକ୍ଷାକୃତ ବଡ଼ ।
ମୁଖ୍ୟ ମନ୍ଦିରର ଗର୍ଭଗୃହରେ ଚାମୁଣ୍ଡା ଦେବୀଙ୍କ ପ୍ରତିମା ଉପସ୍ଥିତ । ଏହା ଏକ ନାଲିରଙ୍ଗର ପ୍ରତିମା । ଜଗମୋହନରେ ଥିବା ହନୁମାନ ଏବଂ ନବଗ୍ରହଙ୍କ ପ୍ରତିମା ସିଧାସଳଖ ପଥରରେ ଖୋଦିତ ।
📱 Get Argus News App
✨Related Topics
Explore more stories