୨ ସପ୍ତାହ ପାଇଁ ପାଣି ପାଉଚ ଓ ପାଣି ପ୍ୟାକେଜିଂ କାରଖାନା ବନ୍ଦ

Key Points
ଗ୍ରାଉଣ୍ଡ ଜିରୋରେ ସ୍ବାସ୍ଥ୍ୟମନ୍ତ୍ରୀ
ଯାଜପୁରରେ ଅଣାୟତ ହଇଜା
ବର୍ତ୍ତମାନ ସୁଦ୍ଧା ୧୧ଟି ନମୂନା ହଇଜା ପଜିଟିଭ୍ ଚିହ୍ନଟ
ଯାଜପୁରରେ ଅଣାୟତ ହଇଜା । ଏଯାଏଁ ୭ ଜଣଙ୍କ ମୃତ୍ୟୁ ହେବା ସହ ୨୫୮ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ଟି ନମୂନା ହଇଜା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ଗ୍ରାଉଣ୍ଡ ଜିରୋରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଂଚି ଯାଜପୁର ମେଡିକାଲ, ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିଥିଲେ ।
ସେପଟେ ଗ୍ରାଉଣ୍ଡରେ ହଇଜା ସ୍ଥିତି ସମୀକ୍ଷା କରୁଛନ୍ତି 14 ଜଣିଆ କେନ୍ଦ୍ରୀୟ ଟିମ୍ । ଝାଡାବାନ୍ତି ବ୍ୟାପିବା ଘଟଣାରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
📱 Get Argus News App
✨ଏହା ସହିତ ଯାଜପୁର ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବା, ଅନ୍ୟାଦେଶ ପର୍ଯ୍ୟନ୍ତ ରାସ୍ତାକଡ ଖାଦ୍ୟ ଉପରେ କଟକଣା, ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡାକଡି କରିବା ପାଇଁ ପଦକ୍ଷେପ ନିଆଯାଉଛି । ତେବେ ସ୍ଥିତିକୁ ଦେଖି ଯାଜପୁର ବରିରେ ମଧ୍ୟ ବନ୍ଦ ହୋଇଛି ସମସ୍ତ ହୋଟେଲ, ଢାବା ।
ସେହିପରି ଷ୍ଟ୍ରିଟ୍ ଫୁଡ ଗୁପଚୁପ, ଚାଟ, ଆଇସକ୍ରିମ କାରଖାନା, ଜଳଖିଆ ଦୋକାନ, ପାଣି ପାଉଚ କାରଖାନା ଏବଂ ପାଣି ପ୍ୟାକେଜିଙ୍ଗ କାରଖାନା ଦୁଇ ସପ୍ତାହ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବରୀ ତହସିଲଦାର ।