ଯାଜପୁରରେ ହଇଜା ଭୟ;୬ଟି ବ୍ଲକରେ ୭୦୦ରୁ ଅଧିକ ରୋଗୀ ଆକ୍ରାନ୍ତ

Key Points
ଯାଜପୁରରେ ହଇଜା ଭୟ
୬ଟି ବ୍ଲକରେ ୭୦୦ରୁ ଅଧିକ ରୋଗୀ ଆକ୍ରାନ୍ତ
୪୧ ନମୁନାରୁ ୮ ପଜିଟିଭ୍ ଚିହ୍ନଟ
ଯାଜପୁରରେ ହଇଜା ଭୟ । ବର୍ତ୍ତମାନ ସୁଦ୍ଧା ଯାଜପୁରରେ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୫ ଦିନରେ ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୭୦୦ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ପରୀକ୍ଷା ହୋଇଥିବା ୪୧ ନମୁନାରୁ ୮ ପଜିଟିଭ୍ ଚିହ୍ନଟ ହୋଇଛି । ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି ।
ମୁକାବିଲା ପାଇଁ ଜିଲ୍ଲାପାଳ ଆଜି ବିଭିନ୍ନ ବ୍ଲକର ଅନେକ ଗ୍ରାମକୁ ଯାଇ ସ୍ଥିତି ପରଖୁଛନ୍ତି । ନଳକୂପ ଓ ଓଭରହେଡ ପାଣି ଟାଙ୍କି ଆଦି ଜଳ ଉତ୍ସଗୁଡିକର ବିଶୁଦ୍ଧିକରଣ ଏବଂ ସ୍ବଚ୍ଛତା ନେଇ ତଦାରଖ କରିଛନ୍ତି । ସେପଟେ ଆଜି ଧର୍ମଶାଳା ମେଡିକାଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି NHMର MD ଡି ବୃନ୍ଦା ଓ ସ୍ବାସ୍ଥ୍ୟ ବିଭାଗର ଆଡିସନାଲ ସେକ୍ରେଟାରୀ ବିଜୟ କୁମାର ମହାପାତ୍ର । ଏନେଇ ଧର୍ମଶାଳା ମେଡିକାଲ ପହଞ୍ଚି CDMO, ମେଡିକାଲ ଅଧିକାରୀ, ଯାଜପୁର ADMଙ୍କ ସହ ଆଲୋଚନା କରିଥିଲେ ।