Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CHOUDWAR JAIL / ଚୌଦ୍ଵାର ଜେଲକୁ ଲାଗିଛି ଶନି ଦଶା। କେବେ କଏଦୀ ଫେରାର ହେଉଛନ୍ତି ତ କେବେ ଆତ୍ମହତ୍ୟା କରୁଛନ୍ତି

Bikash Mohanty
Browse all articles by Bikash Mohanty
·5 months ago·3 min read
ଚୌଦ୍ଵାର ଜେଲକୁ ଲାଗିଛି ଶନି ଦଶା। କେବେ କଏଦୀ ଫେରାର ହେଉଛନ୍ତି ତ କେବେ ଆତ୍ମହତ୍ୟା କରୁଛନ୍ତି
CHOUDWAR JAIL

Key Points

ଚୌଦ୍ଵାର ଜେଲକୁ ଲାଗିଛି ଶନି ଦଶା
କେବେ କଏଦୀ ଫେରାର ହେଉଛନ୍ତି ତ୍ କେବେ ଆତ୍ମହତ୍ୟା କରୁଛନ୍ତି
କଏଦୀଙ୍କୁ ସୁରକ୍ଷା ଦେବା ପାଇଁ ନାହାଁନ୍ତି ଆବଶ୍ୟକ ଜେଲ ୱାର୍ଡର

ଚୌଦ୍ଵାର ଜେଲକୁ ଲାଗିଛି ଶନି ଦଶା। କେବେ କଏଦୀ ଫେରାର ହେଉଛନ୍ତି ତ୍ କେବେ ଆତ୍ମହତ୍ୟା କରୁଛନ୍ତି ତ୍ ଆଉ କେବେ ପରସ୍ପର ମଧ୍ୟରେ ଲହୁ ଲୁହାଣ ହେଉଛନ୍ତି। ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲ ଏବେ ଅସୁରକ୍ଷିତ ହୋଇ ପଡ଼ିଛି । ଗତ ଏକ ବର୍ଷ ମଧ୍ୟରେ ଚୌଦ୍ଵାର ଜେଲରେ ଘଟିଥିବା ଏଭଳି କିଛି ଚର୍ଚ୍ଚିତ ଘଟଣା ଯାହା ଜେଲ ସୁରକ୍ଷାକୁ ନେଇ ଜେଲ ବିଭାଗକୁ କାଠଗଡାକୁ ଟାଣି ଆଣିଛି। ଆସନ୍ତୁ ନଜର ପକେଇବା ଗତ ଏକ ବର୍ଷ ମଧ୍ୟରେ ଚୌଦ୍ଵାର ଜେଲରେ ଘଟିଥିବା କିଛି ଚର୍ଚ୍ଚିତ ଘଟଣା ଉପରେ।

୨୦୨୫, ମେ ମାସ। ହତ୍ୟା ମାମଲାରେ ଜେଲରେ ଆଜୀବନ ସଜା କାଟୁଥିବା କଏଦୀ ବିଷ୍ଣୁ ଚରଣ ସ୍ୱାଇଁଙ୍କ ଜେଲ ପରିସରରେ ଥିବା ଏକ ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲା।

୨୦୨୫, ୦୩ ଅକ୍ଟୋବର ତାରିଖ। ଲୁଟ ଓ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିବା ବିହାରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଜେଲ ପାଚେରୀରେ ଲୁଗା ଦ୍ଵାରା ପ୍ରସ୍ତୁତ ଦୌଡ଼ି ଲଗେଇ ଫିଲ୍ମି ଷ୍ଟାଇଲରେ ଫେରାର ହୋଇଯାଇଥିଲେ। ଯାହା ଦ୍ଵାରା ରାଜ୍ୟରେ ଏବେ ବି ଚର୍ଚ୍ଚାର ବିଷୟ ସହ ଅନେକ ପ୍ରଶ୍ନ ଘେରରେ ଛନ୍ଦି ହୋଇ ରହିଛି।

୨୦୨୫, ୨୦ ଅକ୍ଟୋବର ତାରିଖ। ଏକ ସେଲରେ ଦୁଇ କଏଦୀ କବି ସେଠ୍ ଓ ସନ୍ତୋଷ ସିହ୍ନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କବି ସେଠକୁ ଷ୍ଟିଲ ପ୍ଲେଟରେ ମରଣାତ୍ମକ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲା ସନ୍ତୋଷ। ଯାହାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

୨୦୨୫, ନଭେମ୍ବର ମାସ। ଆର୍ଥିକ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା କଏଦୀ ପବିତ୍ର ସାହୁଙ୍କ ମୃତଦେହ ଜେଲ ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ମଧ୍ୟ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଥିଲା।

୨୦୨୬, ଫେବୃଆରୀ ୦୧ ତାରିଖ। ହତ୍ୟା ପାଇଁ ଉଦ୍ୟମ ମାମଲାରେ ଜେଲରେ ବିଚାରାଧୀନ କଏଦୀ ଥିବା କଟକ ହାତୀ ପୋଖରୀ ଅଞ୍ଚଳର ଏମ.ଡି କଲିମଙ୍କ ଜେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାର ତଦନ୍ତ ଜାରି ରଖିଛି ଚୌଦ୍ଵାର ଥାନା ପୋଲିସ।

ଚୌଦ୍ଵାର ଜେଲରେ ଗୁରୁତର ଅପରାଧରେ ଜଡିତ ଅପରାଧୀ, ବିଚାରାଧୀନ କଏଦୀ ଓ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କ ସହ ଅଧିକ ସୁରକ୍ଷା ପାଇଁ ସ୍ଥାନାନ୍ତରିତ କରାଯାଇଥିବା କୈଦୀମାନେ ଏଠି ରହୁଛନ୍ତି। ଏହି ଜେଲରେ ପ୍ରାୟ ୧୧୬୬ ଜଣ କଏଦୀ ରଖିବାର କ୍ଷମତା ରହିଛି। ହେଲେ ଏମାନଙ୍କୁ ସୁରକ୍ଷା ଦେବା ନାହାଁନ୍ତି ଆବଶ୍ୟକ ଜେଲ ୱାର୍ଡର। ମିଳିଥିବା ସୂଚନା ଅନୁଯାୟୀ ଏବେ ବି ଏହି ଜେଲରେ ପାଖାପାଖି ୧୧୮ ଜଣ ୱାର୍ଡରଙ୍କ ମଧ୍ୟରୁ ୪୫ ଜଣ ୱାଡ଼ରଙ୍କ ପଦବୀ ଖାଲି ପଡ଼ିଛି। ଏହି ଜେଲରେ ୪ଟି ୱାଚ ଟାୱାର୍ ଥିବାବେଳେ ଉଚ୍ଚ ସୁରକ୍ଷା ୱାର୍ଡରେ ୩ଟି ବ୍ଲକ୍‌ର ୨୦ଟି ସେଲ୍ ଏବଂ ସାଧାରଣ ୱାର୍ଡରେ ୩ଟି ବ୍ଲକ୍‌ର ୨୪ଟି ୱାର୍ଡ ରହିଛି। ହେଲେ ଏତେ ବଡ଼ ବ୍ୟବସ୍ଥାକୁ ମାତ୍ର ୭୩ ଜଣ ୱାର୍ଡର୍‌ ଦ୍ୱାରା ପରିଚାଳନା କରାଯାଉଛି। ଜେଲର ଏହି ୨୫ ଏକର ଜମିରେ ମାତ୍ର ୧୯୮ ଟି ସିସିଟିଭି କ୍ୟାମେରା ଲାଗିଛି। ଯାହାକି ଜେଲ ସୁରକ୍ଷା ପାଇଁ ନିଅଣ୍ଟ। ତେବେ ଚୌଦ୍ଵାର ସର୍କଲ ଜେଲକୁ କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିବା ପାଇଁ ଆବଶ୍ୟକୀୟ ୱାର୍ଡ଼ର, ଜେଲରଙ୍କ ସହ ସିସିଟିଭି କ୍ୟାମେରା ଓ କଡ଼ା ମନିଟରିଂର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଜେଲ ଡିଆଇଜି ବଙ୍କିମ ଚନ୍ଦ୍ର ମହାନ୍ତି ।
 ଆଜି ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର କଏଦୀଙ୍କୁ ମୃତ ଘୋଷଣା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CHOUDWAR JAIL | JAIL | Security Crisis at Choudwar Jail | Escapes, Suicides & Inmate Violence | Argus News