Christmas / ଆଜି ବଡ଼ଦିନ... ସବୁଠି ଉତ୍ସବର ମାହୋଲ
·6 months ago·2 min read

Key Points
ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ । ସବୁଠି ଉତ୍ସବର ମାହୋଲ ।
ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ।

ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ । ସବୁଠି ଉତ୍ସବର ମାହୋଲ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ଆୟୋଜିତ ହୋଇଛି ଖ୍ରୀଷ୍ଟମାସ । ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ କରି ବଡ଼ଦିନ ଉତ୍ସବ ଆରମ୍ଭ କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ।
ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍'ର ମଧ୍ୟ ଆୟୋଜନ କରାଯାଇଛି । ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯିବା ସହ ହଜାର ହଜାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସାମିଲ ହୋଇ ପ୍ରଭୁ ଜୀଶୁଙ୍କ ଆରାଧନା କରିଛନ୍ତି । ରଙ୍ଗ ବେରଙ୍ଗର ମହମବତୀ ଜାଳି ଅର୍ଘ୍ୟ ତର୍ପଣ କରିଛନ୍ତି । ପ୍ରଭୁ ଯୀଶୁଙ୍କ ଧରାବତରଣ ସମୟରେ ଜଳାଯାଇଛି ରଙ୍ଗ ବେରଙ୍ଗର ମହମବତୀ । କୁହାଯାଏ ମହମବତୀ ଜାଳି ପ୍ରାର୍ଥନା କଲେ ମନ ଶାନ୍ତି ରହିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଖ୍ରୀଷ୍ଟମାସରେ ମହମବତୀ ଜାଳିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ତା'ପରେ ଘରକୁଘର ବୁଲି ପରସ୍ପରକୁ ବଡ଼ ଦିନର ଶୁଭେଛା ଜଣେଇବା ସହ କେକ କାଟି ପାଳନ କରିଛନ୍ତି ଖ୍ରୀଷ୍ଟମାସ ।
ସେପଟେ ବଡ଼ଦିନ ପାଇଁ ପାଇଁ ଚଳଚଞ୍ଚଳ ଚର୍ଚ୍ଚ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ । ଧାର୍ମିକ ପ୍ରଥା ଓ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ହୋଇଛି ଭବ୍ୟ ପ୍ରସ୍ତୁତି ।
ଏଥିସହ ପଢ଼ନ୍ତୁ: ସ୍ଵାମୀ ରାମଦେବଙ୍କ ନୂଆ ଟିପ୍ସ୍: ହର୍ ମାସ୍ ଏକ୍ ଉପବାସ୍
ଭୁବନେଶ୍ୱରର ସତ୍ୟନଗର କ୍ୟାଥୋଲିକ୍ ଚର୍ଚ୍ଚ ଓ ୟୁନିଟ୍-୪ ୟୁନିଅନ ଚର୍ଚ୍ଚ ସମେତ ୩୫ରୁ ଅଧିକ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳିତ କରିଛନ୍ତି ଶ୍ରଦ୍ଧାଳୁ । କ୍ୟାଥୋଲିକ୍ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମବିଧି ପାରମ୍ପରିକ ଭାବରେ ସମ୍ପନ୍ନ ହୋଇଥିଲା । ଯୀଶୁଙ୍କ ଜନ୍ମ ପୂର୍ବରୁ ବଳିଦାନ ଯଜ୍ଞ ହେବା ପରେ ପରିସରରେ ନିର୍ମିତ ଅସ୍ଥାୟୀ ମେଣ୍ଢାଶାଳରୁ ଫାଦର୍ ନବଜାତ ଯୀଶୁଙ୍କ ମୂର୍ତ୍ତିକୁ ଆଣିଥିଲେ । ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇଯାଇଥିଲେ । ସମସ୍ତ ଭାଷାରେ ବାଇବେଲ ପଢ଼ାଯାଇଥିଲା । ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଦିଆଯାଇଥିବା ଓ ମହମବତୀ ଜାଳି ତାଙ୍କ ସ୍ୱାଗତ କରାଯାଇଥିଲା । ଏଥିସହ ମେଣ୍ଢାଶାଳରେ କେକ୍ କଟାଯିବା ସହ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories