Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଆସିବ +୨ ପରୀକ୍ଷା ଫଳ... ଏହି ୱେବ୍‌ସାଇଟ୍ ଜାଣନ୍ତୁ ରେଜଲ୍ଟ

Odisha

CHSE Result / ଆଜି ଆସିବ +୨ ପରୀକ୍ଷା ଫଳ... ଏହି ୱେବ୍‌ସାଇଟ୍ ଜାଣନ୍ତୁ ରେଜଲ୍ଟ

Rashmita Mishra
Browse all articles by Rashmita Mishra
·17 hours ago·2 min read
ଆଜି ଆସିବ  +୨ ପରୀକ୍ଷା ଫଳ... ଏହି  ୱେବ୍‌ସାଇଟ୍ ଜାଣନ୍ତୁ ରେଜଲ୍ଟ
CHSE Result

Key Points

ଆଜି ଦିନ ୧୨ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
ଏକସଙ୍ଗେ ଆସିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ
ଚଳିତ ବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ଆଜି ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆଜି ଦିନ ୧୨ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ ।

ଏକାସଙ୍ଗେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାମାନେ ସିଏଚ୍‌ଏସ୍‌ଇର ୱେବ୍‌ସାଇଟ୍‌ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରେ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ଜାଣିପାରିବେ ରେଜଲ୍ଟ ।

ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ। ରେଜଲ୍ଟ ପ୍ରକାଶ ନେଇ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଥିଲେ ।

୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ସମୁଦାୟ ୪ ଲକ୍ଷ ୧ ହଜାର ୬୨୩ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୩ ଲକ୍ଷ ୯୬ ହଜାର ୫୯୨ ଜଣ ପରୀକ୍ଷା ଦେଇଛନ୍ତି । ୫ ହଜାର ୩୧ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି ।

ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ କରି ମିଳିଛି ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁବିଧା । ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେ କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇ ପାରିବେ । ଫଳାଫଳ ବାହାରିବାର ଦୁଇ ମାସ ମଧ୍ୟରେ ପରୀକ୍ଷା କରାଯିବ ।

ତେବେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଲାଗି ଅନୁମତି ମିଳିନାହିଁ । ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବାର ୬୦ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CHSE Result | +2 Exam Result Today: Students Can Check Marks on These Websites | Argus News