Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ

Smruti Parija
Browse all articles by Smruti Parija
·1 year ago·2 min read
 ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ

ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । ଜମ୍ମୁ କାଶ୍ମୀରର ଉଦ୍ଧମପୁରରେ CRPF ଯବାନ ଉତ୍ସାହର ସହ ଦୀପାବଳି ପାଳନ କରିଛନ୍ତି । କୋଲକାତା, ଜୟପୁର, ଚଣ୍ଡୀଗଡ଼ ସହରକୁ ଆକର୍ଷଣୀୟ ରଙ୍ଗୀନ ଆଲୋକରେ ସଜା ଯାଇଛି ।

କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । 

ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ପୁରା ରାଜ୍ୟ ସଜବାଜ। ଚାରିଆଡେ ଖୋଲିଛି ପୁଳାପୁଳା ବାଣ ଦୋକାନ, ମେଲିଛି ଭଳିକି ଭଳି ବାଣ ପସରା। ତେବେ ବାଣ ଫୁଟାଇବା ଯୋଗୁ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବା ଆଶଙ୍କାରେ ଲୋକଙ୍କ ପାଇଁ ନିୟମାବଳୀ ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହାସହିତ ଗ୍ରୀନ୍ କ୍ରାକର ଉପରେ ଜୋର୍ ଦେଇଛି ବୋର୍ଡ। ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ବି ହୋଇଛି । ଦେଶ ତଥା ରାଜ୍ୟରେ ଦୀପାବଳି ସମୟରୁ ଆରମ୍ଭ ହୁଏ ପ୍ରଦୂଷଣ । ଯେଉଁଥିପାଇଁ ସୁପ୍ରିମକୋର୍ଟ ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହିତ ରାଜ୍ୟ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବି ଜାରି ହୋଇଛି ଗାଇଡଲାଇନ୍ । ୧୨୫ ଡେସିବେଲ୍ ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ହୋଇଛି । ପାର୍କ, ସାଇଲେନ୍ସ ଜୋନ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟର ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବାକୁ କୁହାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବା ମନା କରାଯିବା ସହ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାର ବାରଣ କରାଯାଇଛି । 

Sponsored
city-and-villages-are-decorated-with-colourfull-lights-on-the-occassion-of-diwali | Argus News