Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍

Smruti Parija
Browse all articles by Smruti Parija
·2 years ago·1 min read
ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍

ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭାଗ ।
ସ୍ପଷ୍ଟ କଲା କ୍ରୀଡ଼ା ବିଭାଗ - କୁସୁମା କଟେଜ୍ ସମ୍ପର୍କରେ ନାହିଁ କୌଣସି ସୂଚନା । `କୁସୁମା ପରିସରରେ କ୍ରୀଡ଼ା ବିଭାଗ ପାଣ୍ଠିରୁ ହୋଇନାହିଁ କୌଣସି ନିର୍ମାଣ’ । ଆଜି ସାମ୍ବାଦିକ ସମ୍ମିଳନୀରେ ମିଛ କହିଥିଲେ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ । 

କୁସୁମା ନଥିଲା ଜନହିତରେ, ପିଲାଙ୍କ ପାର୍କ ଭାଙ୍ଗି ନିର୍ମାଣ ହେଲା ସୌଧ
କହିଥିଲେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର ହୋଇଥିଲା ଜମି । ସ୍ବିମିଂ ପୁଲ୍, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ସ୍ପୋର୍ଟସ୍ କଟେଜ୍ ନିର୍ମାଣ କରାଯାଇଥିଲା କହିଥିଲେ ପୌର ଉପାଧ୍ୟକ୍ଷ । କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ ଧରାଇଦେଲା ଯାଜପୁର ପୌର ଉପାଧ୍ୟକ୍ଷଙ୍କ ମିଛ । କ୍ରୀତଦାସଙ୍କୁ ବଞ୍ଚାଇବାକୁ ଦଳ ଭାଇଙ୍କ ମିଛର ପର୍ଦ୍ଦାଫାସ୍ । ଖୋଲିଲା ବବିଙ୍କ କୁସୁମା କେଳେଙ୍କାରୀ ଓ ଯାଜପୁର ପୌରାଧ୍ୟକ୍ଷଙ୍କ ମିଛର ଗୁମର । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Clarification of Sports Department on Kusuma Project | Argus News