ଗୁଣି ଗାରେଡ଼ି ସନ୍ଦେହରେ ୨ ପରିବାର ମୁହାଁମୁହିଁ: ଜଣେ ମୃତ, ୪ ଗୁରୁତର

ଟିଟିଲାଗଡ଼: ଗୁଣି ସନ୍ଦେହରେ ମୁଣ୍ଡ ଗଡ଼ିଲା । ପଡ଼ୋଶୀଙ୍କୁ ମାରି ଦେଲା ପଡ଼ୋଶୀ । ଅନ୍ଧବିଶ୍ଵାସକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ । ତୁଷୁରା ଥାନା ଆଠଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ହାତାହାତିରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ମୃତକ ହେଉଛନ୍ତି ଶ୍ୟାମ ବଗ । ୪ ଗୁରୁତରଙ୍କୁ ପୋଲିସ ଭୀମ ଭୋଇ ମେଡିକାଲ୍ କଲେଜ ସହ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି । ଖବର ଅନୁସାରେ, ଆଠଗାଁର ବାଲଗୋପାଳ ରଣ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଣି ଗାରେଡ଼ି ସନ୍ଦେହ କରି ଶ୍ୟାମ ବାଗ ଓ ତାଙ୍କ ପରିବାରର ୨ ଜଣଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।
📱 Get Argus News App
✨ବାଲଗୋପାଳଙ୍କ ଆକ୍ରମଣର ଜବାବ ଦେଇଥିଲେ ଶ୍ୟାମଙ୍କ ପରିବାର । ଯେଉଁଥିରେ ବାଲଗୋପାଳ ଓ ତାଙ୍କ ମାଆ ମଧ୍ୟ ଆହତ ହୋଇଛନ୍ତି । ତେବେ ବାଲଗୋପାଳଙ୍କ ଆକ୍ରମଣରେ ଶ୍ୟାମଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତୁଷୁରା ପୋଲିସ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।
