ଶଙ୍ଖ ଭବନରେ ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି

ଅର୍ଗସ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି । ନବୀନଙ୍କ ସାମ୍ନା ରେ ହାତାହାତୀ ହେଲେ ଦଳର ଦୁଇ ନେତ୍ରୀ। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଆକ୍ରମଣ । ଈପ୍ସିତାଙ୍କୁ ଅନ୍ୟ ଜଣେ ମହିଳା କର୍ମୀଙ୍କ ଚାପୁଡ଼ା ମାଡ଼ । ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା। ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା ଦେଇଥିବା ବେଳେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଛନ୍ତି ଆଉ ଜଣେ ମହିଳା ନେତ୍ରୀ। ତେବେ ଚେୟାର ପକାକୁ ନେଇ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ମୁଖପାତ୍ର ଦଳର କିଛି ବରିଷ୍ଠ ନେତାଙ୍କ ପାଇଁ ଚେୟାର ପକାଉଥିବା ସମୟରେ ଏହି ପରିସ୍ଥିତି ଉପୁଜିଥିଲା। ପଛରେ ବସିଥିବା କିଛି ମହିଳା ନେତ୍ରୀଙ୍କ ସମ୍ମୁଖରେ ଈପ୍ସିତା କିଛି ଚେୟାର ପକାଇଥିଲେ। ଏହି ଘଟଣାକୁ ନେଇ ଜଣେ ମହିଳା ନେତ୍ରୀ ଈପ୍ସିତାଙ୍କୁ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି।
📱 Get Argus News App
✨ଅନ୍ୟପକ୍ଷରେ ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ଏକାଠି ରୁହ। ବିରୋଧୀଙ୍କୁ ସାମନା କର। ହେଲେ କିଛି ସମୟ ପରେ ଦଳରେ ମହିଳା ନେତ୍ରୀମାନଙ୍କ ଏଭଳି ଆଚରଣ ଦଳର ଶୃଙ୍ଖଳାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ବିଜେଡି ମୁଖପାତ୍ର ଇପ୍ସିତା କିମ୍ବା ତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅନ୍ୟପକ୍ଷରେ ଦଳ ମଧ୍ୟ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହିଁ।