Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ରିମୋଟରେ ବ୍ୟାଟେରି ନାହିଁ !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ବିଜେଡି ରିମୋଟରେ ବ୍ୟାଟେରି ନାହିଁ !

ଓ୍ବକଫ ବିଲକୁ ନେଇ ଅକଳରେ ନବୀନ। ନିଜ ଘରେ ବି ଶୁଭିଲାଣି ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା। ଆଉ ବିରୋଧୀ ନୁହଁନ୍ତି ଦଳୀୟ ନେତା ବି ପାଣ୍ଡିଆନଙ୍କ ନାଁ ଧରିବାକୁ ନାକ ଟେକିଲେଣି। ଆଜି ମୁନା ଖାଁଙ୍କ ସମର୍ଥକ ନବୀନ ନିବାସରେ ପାଣ୍ଡିଆନ ବିରୋଧୀ ନାରା ଦେବା ପରେ ବିଜେଡି ଆଉ ସଂଗଠିତ ରହିବ କି ନାହିଁ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ସାଧାରଣରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ବିଜେଡି ରିମୋଟରେ ବ୍ୟାଟେରି ନାହିଁ । ଦଳୀୟ କର୍ମୀ ବି ଏମିତି କୁହାକୁହି ହେଲେଣି।


ମୁନା ଖାଁ ସିଧାସିଧା କହି ଦେଇଛନ୍ତି ଆଉ ଦୋ ମୁହାଁ ନୀତି ଚଳିବ ନାହିଁ। ବିବେକ୍ ଅନୁସାରେ ଭୋଟ ଦେବାକୁ କେବେ କୁହାଯାଏ ନାହିଁ। ବିଲ୍‌କୁ ବିରୋଧ କରିବାକୁ ନିର୍ଦ୍ଦେଶ ଥିଲା। ସଂସଦୀୟ ଦଳ ବୈଠକରେ ବି ନିଷ୍ପତ୍ତି ହୋଇଥିଲା। ଇଫତାର ପାର୍ଟିରେ ବି ନବୀନ ବିଲ୍‌ ବିରୋଧରେ ଦଳ ଷ୍ଟାଣ୍ଡ କରିବ ବୋଲି ସ୍ପଷ୍ଟ କରିଥିଲେ। ତେବେ ସସ୍ମିତ କାହିଁକି ଏମିତି କଲେ ବୋଲି ମୁନା ପ୍ରଶ୍ନ କରିଛନ୍ତି। ମୋର ବିଶ୍ବାସ ନବୀନ କେବେ ଏମିତି କହି ନଥିବେ। ସସ୍ମିତ ପାତ୍ରଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ମୁନା ଖାଁ ନବୀନଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ଦେବାଶିଷ ସାମନ୍ତରାୟ ଭି.କେ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ଏକଦା ବିଜେଡିର ରିମୋର୍ଟ କୁହାଯାଉଥିବା ଭିକେ ପାଣ୍ଡିଆନଙ୍କୁ ଏବେ ଦଳରେ ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ- ୱକଫ ବିଲକୁ ସମର୍ଥନ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ ରାଜ୍ୟ ସଭାରେ ଆମର ସଦସ୍ୟମାନଙ୍କୁ ବିବେକ ଅନୁସାରେ ଭୋଟ ଦେବାକୁ କୁହାଯାଇଥିଲା। ଯାହାକୁ ନେଇ ବିଜେଡିରେ ସୃଷ୍ଟି ହୋଇଛି କନ୍ଦଳ। ଯାହାକୁ ଜୋରଦାର ବିରୋଧ କରୁଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ ।



Sponsored
Clashes in BJD over Waqf Bill | Argus News