ପରୀକ୍ଷା ଦେବାକୁ ଯିବାବେଳେ ଟଳି ପଡିଲେ ଦଶମ ଶ୍ରେଣୀ ଛାତ୍ର
·1 year ago·1 min read

ଅଧାରେ ରହିଗଲା ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେବାକୁ ଘରୁ ବାହାରୁଥିବା ବେଳେ ଟଳି ପଡିଲେ ଦଶମ ଶ୍ରେଣୀର ଛାତ୍ର। ମୃତ ଛାତ୍ର ବାହାନଗା ବ୍ଲକ ବରିପଦା ଗାଁର ଚନ୍ଦ୍ରଶେଖର ମାଝୀ। ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଘଟିଛି ଅଭାବନୀୟ ଘଟଣା। ହଟାତ ମୁଣ୍ଡ ବୁଲାଇ ଦେବାରୁ ତଳେ ପଡିଯାଇଥିଲା ଛାତ୍ର। ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର l
ସେପଟେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯିବାବେଳେ ଅଘଟଣ ଘଟିଥିବା ମଧ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ାରେ ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଦୁର୍ଘଟଣା ଘଟିଛି । ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ । ଜଣେ ଛାତ୍ରୀ ଗୁରୁତର, ଆଉ କିଛି ଛାତ୍ର ସାମାନ୍ୟ ଆହତ । 11 ଜଣ ପରୀକ୍ଷାର୍ଥୀଙ୍କୁ ବାଘମାରୀ ନାଗାନାରାୟଣ ସ୍କୁଲକୁ ଯାଉଥିଲା ବୋଲେରୋ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: