Videos
|
Odisha

ବିପଦ ଭିତରେ ଚାଲିଛି ଭବିଷ୍ୟତ ଗଢ଼ା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିପଦ ଭିତରେ ଚାଲିଛି ଭବିଷ୍ୟତ ଗଢ଼ା

Key Points

ଉଜୁଡା ଶିକ୍ଷା ମନ୍ଦିର
ଭଙ୍ଗା ସ୍କୁଲ ଘର, ୨ଜଣ ଶିକ୍ଷକ ଭରସାରେ ତାଲାକୋଟ ବିଦ୍ୟାଳୟ
ବିପଦ ଭିତରେ ଚାଲିଛି ଭବିଷ୍ୟତ ଗଢ଼ା
ଶ୍ରେଣୀଗୃହ ନଥିବାରୁ ଭଙ୍ଗା ଘରେ ଚାଲିଛି ପାଠପଢା

ଭଙ୍ଗା ସ୍କୁଲ ଘର, ଦୁଇଜଣ ଶିକ୍ଷକ ଭରସାରେ ଚାଲିଛି ତାଲାକୋଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ । ଅବ୍ୟବସ୍ଥାରେ ତାଲାକୋଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ l ଭଙ୍ଗା ଦଦରା ସ୍କୁଲରେ ଚାଲିଛି ପାଠପଢ଼ା। ଗୋଟିଏ କୋଠରୀରେ ପାଠ ପଢୁଛନ୍ତି 8 ଟି ଶ୍ରେଣୀର ପିଲା l ଅବଶ୍ୟକ ଶିକ୍ଷକ ନାହାନ୍ତି କି ନାହାନ୍ତି ଆବସ୍ୟକୀୟ ଭିତ୍ତିଭୂମୀ। ନୂଆପଡ଼ା ସିନାପାଲି ଘାଟମାଲ ପଞ୍ଚାୟତର ବଣ ପାହାଡ଼ ଘେରା ତାଲାକୋଟ ଗାଁ । ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଭିତରେ l ବର୍ଷବର୍ଷ ଧରି ଅବ୍ୟବସ୍ଥା ଭିତରେ ଚାଲିଛି ସ୍କୁଲ। ସ୍କୁଲରେ ଥିବା ଦୁଇଟା କୋଠରୀ ମଧ୍ୟରୁ ଗୋଟିଏ କୋଠରୀ ଭଙ୍ଗା ଦଦରା ହୋଇ ଛାତ ରୁ ଛଡ଼ ବାହାରିପଡ଼ି ଥିବା ବେଳେ ସିମେଣ୍ଟ ଅତଡ଼ା ଖସୁଛି l


ତେଣୁ ଅନ୍ୟ ଗୋଟିଏ କୋଠରୀ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ପଢୁଛନ୍ତି l ଗୋଟିଏ କୋଠରୀ ରେ ସବୁ ଶ୍ରେଣୀ ର ପିଲା ପାଠ ପଢିବାରେ ବହୁ ଅସୁବିଧା ହେଉଛି l ତେଣୁ ବାରଣ୍ଡାରେ ଚାଲିଛି ପାଠପଢା। ମାତ୍ର ବର୍ଷା ହେଲେ ପାଠ ପଢ଼ା ଠପ l ବିଦ୍ୟାଳୟ ରେ ମୋଟ 58 ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । କିନ୍ତୁ 8ଟି ଶ୍ରେଣୀର ପିଲାଙ୍କ ପାଇଁ ରହିଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ। ଏଣୁ ପାଠ ପଢାରେ ସମସ୍ୟା ଉପୁଜୁଛି।

ଭଙ୍ଗା ଦଦରା ସ୍କୁଲ ଗୃହ ଯୋଗୁଁ ପାଠ ପଢିବା ସମୟରେ ସିମେଣ୍ଟ ଅତଡ଼ା ଖସୁଛି । ମାତ୍ର କୋଠରୀ ନଥିବାରୁ ଅସୁରକ୍ଷିତ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ l ସ୍କୁଲ ପରିସରରେ ଥିବା ରୋଷେଇ ଗୃହ ଅବସ୍ଥା ବି ବିପଦପୂର୍ଣ୍ଣ l ଭଙ୍ଗା ଦଦରା ରୋଷେଇ ଗୃହରେ ଡରିଡରି ହେଉଛି ଖାଦ୍ୟ ପ୍ରସ୍ତୁତ l ଦୀର୍ଘ ବର୍ଷ ହେଲା ସ୍କୁଲରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନି l ଜିଲ୍ଲାପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଗାଁ ଲୋକେ ଦାବୀ କରିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

classes-are-being-held-in-a-dilapidated-house-as-there-is-no-classroom | Argus News