|
logo
Live

Argus News - କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜରେ ପାଠ ପଢ଼ା ବନ୍ଦ

Odisha

କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜରେ ପାଠ ପଢ଼ା ବନ୍ଦ

Banajyotshna Ray
Browse all articles by Banajyotshna Ray
·11 months ago·2 min read
କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜରେ ପାଠ ପଢ଼ା ବନ୍ଦ

କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜରେ ପାଠ ପଢ଼ା ବନ୍ଦ। ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ବେସରକାରୀ ଶିକ୍ଷାନୁଷ୍ଠାନ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପାଠ ପଢ଼ା ବନ୍ଦ । ଯେଉଁମାନେ ହଷ୍ଟେଲରେ ରହୁଛନ୍ତି ରହିପାରିବେ । ହଷ୍ଟେଲ ପିଲାଙ୍କ ପାଇଁ ଶିକ୍ଷକ ଉପସ୍ଥିତ ରହିବେ। ଅଙ୍ଗନବାଡି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଲେ ରାଜସ୍ୱମନ୍ତ୍ରୀ । ଜିଲ୍ଲାପାଳମାନେ କଡାକଡି ଅନୁଧ୍ୟାନ କରିବେ। 
ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ଅଙ୍ଗନବାଡି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚିବ।


ଗ୍ରୀଷ୍ମ ପ୍ରବାହ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ନେଇ ନିର୍ଦ୍ଦେଶ ଜାରି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ । ଏ ନେଇ ପରୀକ୍ଷା ପ୍ରଭାବିତ ହେବ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନାଯୋଗ୍ୟ ଯେ ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାଲିଠୁ ରାଜ୍ୟର ସମସ୍ତ ସ୍କୁଲ କଲେଜରେ ପାଠ ପଢ଼ା ବନ୍ଦ | Argus News