School Class Room Issue / ଅବ୍ୟବସ୍ଥାରେ ଚାଲିଛି ପାଠପଢା
·9 months ago·1 min read

Key Points
ସ୍କୁଲ୍ରେ ନାହିଁ ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ
ଗୋଦାମ ଗୃହ ଏବଂ ବାରଣ୍ଡାରେ ବସି ପିଲା ପଢୁଛନ୍ତି ପାଠ

ଭୁବନେଶ୍ଵର: ଶିକ୍ଷା ଭିତ୍ତି ଭୂମିର ବିକାଶ ଦିଗରେ ଗତ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଥିବାବେଳେ ଆଜି ଏମିତି କିଛି ବିଦ୍ୟାଳୟ ଅଛି ଯେଉଁଠି କୋଠରୀ ଅଭାବରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବରୁ ପାଠ ପଢା ବ୍ୟାଘାତ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
ଏହି ବିଦ୍ୟାଳୟରେ ବାଲ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହା କି ଯେ, ଏହି ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ମାତ୍ର ଚାରି ଜଣ ।
ଏଥିସହିତ ବିଦ୍ୟାଳୟରେ ନାହିଁ ଆବଶ୍ୟକୀୟ ପରିମାଣର ଶ୍ରେଣୀ କୋଠରୀ । ଫଳରେ ଗୋଟିଏ କୋଠରୀରେ ଯେତିକି ଛାତ୍ରଛାତ୍ରୀ ବସି ପାରିବେ ସେତିକି ପାଠ ପଢୁଥିବାବେଳେ ବାକି ପିଲା ଗୋଦାମ ଘର ଓ ବାରଣ୍ଡାରେ ବସି ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାଫଳରେ ପାଠ ପଢାରେ ବାଧା ସୁଷ୍ଟି ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ଅଭିଭାବକମାନେ ବାରମ୍ବାର ପ୍ରଶାସନ ପାଖରେ ଗୁହାରୀ କରିଥିଲେ ହେଁ ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବରୁ ପାଠ ପଢା ବ୍ୟାଘାତ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ।
Related Topics
Explore more stories