Videos
|
Odisha

ବନ୍ଦ ପଡ଼ିଥିବା ସ୍କୁଲ୍ ଘର ହେଲା ଶିଳ୍ପ ଉଦ୍ୟାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ବନ୍ଦ ପଡ଼ିଥିବା ସ୍କୁଲ୍ ଘର ହେଲା ଶିଳ୍ପ ଉଦ୍ୟାନ

ସଶକ୍ତ ହେଉଛନ୍ତି ମହିଳା । ସ୍ୱୟଂ ସହାୟକ ଗୋଷ୍ଠୀକୁ ଆହୁରି କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ନୂଆନୂଆ ପଦକ୍ଷେପ। ପ୍ରତି ବ୍ଲକରେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ଗ୍ରାମପଞ୍ଚାୟତର ଗେଡ଼ିଆପଲ୍ଲୀ ଗ୍ରାମରେ ୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନ୍ଦ ପଡିଥିବା ସ୍କୁଲ୍ ଘରକୁ ଶିଳ୍ପ ଉଦ୍ୟାନରେ ପରିଣତ କରାଯାଇଛି।


ଯେଉଁଠାରେ ଗୋଟିଏ ଛାତ ତଳେ ଅଗରବତୀ ତିଆରି ଠାରୁ ନେଇ ସିଲେଇ କାମ କରି ସ୍ବାବଲମ୍ବୀ ହୋଇ ପାରୁଛନ୍ତି ମହିଳାମାନେ। ଏଥିପାଇଁ ରାଜ୍ୟସରକାର ସହାୟତାର ହାତ ବଢ଼ାଇଥିବା ବେଳେ ଜିଲ୍ଲାପ୍ରଶାସନ ମଧ୍ୟ ସହଯୋଗ କରୁଛି l


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଲ୍ଲାର ପ୍ରଥମ ଶିଳ୍ପ ଉଦ୍ୟାନ ଭାବରେ ସ୍ଥାନ ପାଇଥିବା ବୋଲଗଡ଼ ଗେଡିଆପଲ୍ଲୀ ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ଏବେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି ମହିଳାମାନେ।


ଯେମିତିକି ରାଇସ୍ ପ୍ରସେସିଂ, ଅଗରବତୀ ତିଆରି, ଡାଲି ପ୍ରସେସିଂ, ମସଲା, ତେଲ, ମୁଢି ଭଳି ବିଭିନ୍ନ ଜିନିଷ ତିଆରି କରାଯାଉଛି। ଏହି ସବୁ ଜିନିଷର ବିକ୍ରି ପାଇଁ ଓରମାସ ସହାୟତାର ହାତ ବଢାଇଛି। ଏହି ପାର୍କରେ କେବଳ ଉତ୍ପାଦର ବିକ୍ରିବଟା ପାଇଁ ଭିତ୍ତିଭୂମି ରହିବ ନାହିଁ ବରଂ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ବ୍ରାଣ୍ଡିଂ ସୁବିଧା ଯୋଗାଇ ଦିଆଯିବ। ମିଶନ ଶକ୍ତି ଏମଏସନଇ ଶିଳ୍ପ ଏବଂ କୃଷି ବିଭାଗର ଏହି ପାର୍କରେ ରହିବ ଅଧିକ ଗୁରୁତ୍ୱ ।


ଆଗାମୀ ଦିନରେ ସବୁ ବର୍ଗର ବ୍ୟବସାୟୀଙ୍କ ପାଇଁ ବିଶେଷଜ୍ଞମାନେ ନିୟୋଜିତ ହେବେ। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମଞ୍ଜୁଲତା ପଣ୍ଡା କହିଛନ୍ତି ଏହାଦ୍ୱାରା ଆମ ବ୍ଲକର ଉର୍ନତି ହେବ । ମହିଳାମାନେ ଏବେ ଗୋଟିଏ ଛାତ ତଳେ ଏକାଠି ହୋଇ କାମ କରିବାର ସୁଯୋଗ ପାଇବେ। ସେହିଭଳି ଯାଜ୍ଞସେନୀ ଗ୍ରୁପର ଏଲ. ଏସ. ପି ଜୟନ୍ତ କୁମାର ତ୍ରିପାଠୀ କହିଛନ୍ତି ଆମ ଗ୍ରୁପର ଭଲ କାମଦେଖି ସର୍କାର ଆମକୁ ଏକ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏଠାରେ ମୁଢି, ଡାଲି, ଅଟା, ତେଲ, ମସଲା, ଧୂପକାଠି, ବଡ଼ି, ଗୁପଚୁପ, ସିଲେଇ ର ସମସ୍ତ ଉପକରଣ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି l ଗୋଟିଏ ଛାତ ତଳେ ମା ମାନେ ଉପକୃତ ହୋଇପାରିବେ।