Videos
|
Odisha

ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲେଶ୍ବରରେ ବନ୍ଦ

Rashmita Mishra
Browse all articles by Rashmita Mishra
·1 year ago
ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲେଶ୍ବରରେ ବନ୍ଦ

Key Points

ବିଜେଡି ପକ୍ଷରୁ ବାଲେଶ୍ବରରେ ବନ୍ଦ ପାଳନ
ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
ବନ୍ଦ ବେଳେ ଜରୁରୀକାଳୀନ ସେବା ଜାରି
ଆଜି ବାଲେଶ୍ବର ଆସୁଛନ୍ତି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା
କାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା

ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିଜେଡି ଆଜି ବାଲେଶ୍ବରରେ ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାଳୀନ ସେବା ବ୍ୟତୀତ ଅଖ ଚକ , ଦୋକାନ ବଜାର ବନ୍ଦ କରିଛି ବିଜେଡି । ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ସେପଟେ ଆଜି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଯାଉଛନ୍ତି ବାଲେଶ୍ବର ଗସ୍ତରେ । ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
closure-in-balasore-from-6-am-to-2-pm | Argus News