Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଦଲ ଫଟା ବର୍ଷା, ଧୋଇଗଲା 10ରୁ ଉର୍ଦ୍ଧ୍ୱ ଘର

Smruti Parija
Browse all articles by Smruti Parija
·10 months ago·1 min read
ବାଦଲ ଫଟା ବର୍ଷା, ଧୋଇଗଲା 10ରୁ ଉର୍ଦ୍ଧ୍ୱ ଘର

Key Points

ବାଦଲ ଫଟା ବର୍ଷା

ଧୋଇଗଲା 10ରୁ ଉର୍ଦ୍ଧ୍ୱ ଘର

ବାଦଲ ଫଠା ବର୍ଷା କାରଣରୁ 4 ଜଣଙ୍କର ମୃତ୍ୟୁ

ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳ ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡା ଖସିବା, ପଥର ଖସିବା ଭଳି ଘଟଣା ଦେଖିବାକୁ ମିଳିଛି । ଏହା ସହିତ ଜାତୀୟ ରାଜପଥ ସମେତ ବହୁ ସ୍ଥାନରେ ରାସ୍ତା ବନ୍ଦ ହୋଇଛି । ସେହିପରି ଜମ୍ମୁର ତାଓ୍ବି ନଦୀରେ ଭୟଙ୍କର ବନ୍ୟା ହୋଇଛି । ନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ଏହା କୂଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନେକ ଘର ବିପଦସଙ୍କୁଳ ଅବସ୍ଥାରେ ଅଛି ।


ଯାହା ନଦୀ ଗର୍ଭରେ କେତେବେଳେ ବି ଲୀନ ହୋଇପାରେ । ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହେବା କାରଣରୁ ବିଭିନ୍ନ ସ୍ଥାନର ଏସଡିଆରଏଫ୍ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି । ଏହି ବାଦଲ ଫଠା ବର୍ଷା କାରଣରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ଖରାପ ପାଗକୁ ଦୃଷ୍ଟିରେ ରଖି ଜମ୍ମୁ ଡିଭିଜନରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୂସ୍ଖଳନ ଏବଂ ବାଦଲ ଫଟା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରାଯାଇଥିଲା । ଡୋଡାରେ ଏକ ସ୍ଥାନୀୟ ନଦୀ କୂଳରେ ପ୍ରବାହିତ ହେବା ପରେ ଏକ ପ୍ରମୁଖ ରାସ୍ତା ଭାସି ଯାଇଥିଲା ।

Sponsored
cloudburst-in-jks-doda-district-triggers-flash-flood-over-10-houses-damaged | Argus News