Building Collapsed / ପ୍ରତି ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Key Points
କଟକରେ କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପାଇଁ କଲେ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ବା CMRFରୁ ୩ ମୃତକଙ୍କ ପରିବରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକ ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲଙ୍କ ପ୍ରାଣହାନୀକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର ।
ତେବେ ଗୋଟିଏ ପଟେ କଟକରେ ବାଲିଯାତ୍ରା ଧୁମଧାମ୍ରେ ଚାଲୁଥିବା ବେଳେ ଅନ୍ୟପଟେ କଟକ ବକ୍ସିବଜାର ଅଞ୍ଚଳରେ ବଡ଼ ଅଘଟଣ ଘଟିଛି । ପୁରୁଣା କୋଠାଘର ଭୁଶୁଡ଼ି ୩ ଜଣଙ୍କ ଜୀବନ ଚାଲିଯାଇଛି । ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଲାଇନ୍ ସ୍ଥିତ ହାତୀବନ୍ଧୁ ସ୍କୁଲ ନିକଟରେ ଥିଲା ଏହି କୋଠା । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ କାରଣ ପାଇଁ କୋଠା ଘରଟି ଭୁଶୁଡ଼ି ପଡ଼ିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।
📱 Get Argus News App
✨Related Topics
Explore more stories