Videos
|
Odisha

କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

Key Points

ଆସନ୍ତାକାଲି ସୁଦ୍ଧା ଅଦିନିଆ ବର୍ଷା କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ୱର: ଆସନ୍ତାକାଲି ସୁଦ୍ଧା ଅଦିନିଆ ବର୍ଷା କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୀମା କରିଥିବା ଏବଂ ନକରିଥିବା ଚାଷୀ ସମସ୍ତଙ୍କୁ ମିଳିବ କ୍ଷତିପୂରଣ । 30 ତାରିଖ ସୁଦ୍ଧା ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ । ବୀମା କରିଥିବା ଚାଷୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବେଦନ ପାଇଁ ବି ଅପିଲ କଲେ ମୁଖ୍ୟମନ୍ତ୍ରୀ ।


ବୀମା କରିଥିବା ଏବଂ ନକରିଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଡିବିଟି ଜରିଆରେ କ୍ଷତିପୂରଣ ଦିଆଯିବ । ଜଣେ ବି କେହି ଯେମିତି ବଂଚିତ ନହୁଅନ୍ତୁ ସେଥି ପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 1 ଲକ୍ଷ 26 ହଜାର ଚାଷୀ କ୍ଷୟକ୍ଷତି ଆବେଦନ କରିଛନ୍ତି । ଆସନ୍ତାକାଲି ସୁଦ୍ଧା ସମସ୍ତ ଚାଷୀ ଫସଲ କ୍ଷତି ନେଇ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ଯେଉଁମାନେ ଅଭିଯୋଗ କରିବେ କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଆପ ଟୋଲ ଫ୍ରି ନମ୍ବର 14447 ରେ ଅଭିଯୋଗ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଦିନିଆ ବର୍ଷାରେ ଅମଳ ଫସଲ ନଷ୍ଟ ହୋଇଥିବା ହେତୁ ଚାଷୀ ଏବେ ଚିନ୍ତାରେ ଥିବାବେଳେ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । 

cm-appeals-to-all-farmers-who-have-suffered-losses-to-apply | Argus News