ମେଳାକୁ ନାରୀ ଶକ୍ତିର ମହୋତ୍ସବ କହିଲେ ମୁଖ୍ୟମନ୍ତ୍ରୀ

Key Points
ଆୟୋଜିତ ହୋଇଛି ଜାତୀୟ ମହିଳା ବ୍ୟବସାୟ ମେଳା ୨.0
ଅଧିକରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ
ମେଳାକୁ ନାରୀ ଶକ୍ତିର ମହୋତ୍ସବ କହିଲେ ମୁଖ୍ୟମନ୍ତ୍ରୀ
୫ ଦିନରେ ୫ କୋଟି ଟଙ୍କାର ହୋଇପାରେ ବ୍ୟବସାୟ !
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଜାତୀୟ ମହିଳା ବ୍ୟବସାୟ ମେଳା ୨.0 ଆଇସିସି ଜାତୀୟ ମହିଳା ଉଦ୍ୟାଗୀ ପରିଷଦ ପକ୍ଷରୁ ଏମ୍ଏସ୍ଏମଇ ଡିଏଫ୍ଓ କଟକର ସହଯୋଗରେ ଆୟୋଜିତ ହୋଇଛି ଏହି ବିଶାଳ ମେଳା । ୩୦ ଏପ୍ରିଲରୁ ୪ ମଇ ପର୍ଯ୍ୟନ୍ତ ଅର୍ଥାତ୍ 5 ଦିନ ଧରି ଏହି ମେଳା ଚାଲିବ। ଯେଉଁଥିରେ 5 କୋଟି ଟଙ୍କାର ବ୍ୟବସାୟ ପାଇଁ ଲକ୍ଷ୍ୟ ରଖାଯାଇଛି।
ଏହି ପରିବର୍ତ୍ତନକାରୀ ସମାବେଶ ମହିଳା ଉଦ୍ୟୋଗ,ଏମ୍ଏସ୍ଏମ୍ଇ ବିକାଶ ଏବଂ ଦକ୍ଷତା ବୃଦ୍ଧିର ସମନ୍ୱୟକୁ ଏକାଠି କରି ଅଧିକରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ଉଦ୍ୟୋଗୀ ଅଂଶଗ୍ରହଣ କରିଥିବା ବେଳେ ଏହାକୁ ନାରୀ ଶକ୍ତିର ମହୋତ୍ସବ କହି ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଓଡିଶା ଗଠନ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ମହିଳା ମାନେ ସେଥିରେ ସହଯୋଗ ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଉଦ୍ୟମୀ ମହିଳା ନିଜ ନିଜ ଷ୍ଟଲ ଲଗାଇଛନ୍ତି ଏହି ବିଜନେସ ମେଳାରେ । କାହାର ହାତ ତିଆରି ଶାଢ଼ୀ , ତ ଆଉ କିଏ ଲଗାଇଛି ଅରନାମେଂଟସ। ଭଳିକି ଭଳି ବିଭିନ୍ନ ଡିଜାଇନର ପୋଷାକ ମଧ୍ୟ ରହିଛି। ଯାହା ମହିଳାଙ୍କୁ ବେଶ ଆକୃଷ୍ଟ କରୁଛି। ଶାଢ଼ୀର୍ କ୍ଵାଲିଟି ଯେମିତି, ତାର ଦାମ ମଧ୍ୟ ସେଭଳି ରହିଛି। ହ୍ୟାଣ୍ଡମେଡ଼ କାରିଗରୀକୁ ବେଶ ପ୍ରାଧାନ୍ୟ ଦିଆଯାଇଛି। ସେହିଭଳି ପିଲାମାନଙ୍କ ପାଇଁ ହ୍ୟାଣ୍ଡମେଡ ଖେଳନା ସହ ଖାଦ୍ୟର ମଧ୍ୟ ପସରା ମେଳିଛି।
ଆଇଏନଡବ୍ଲୁଇସି ଜାତୀୟ ମହିଳା ବ୍ୟବସାୟ ମେଳା ୨.0 ରେ ମହିଳା ମାନେ ଖାଲି ବ୍ୟୁଜନେସ କରୁନାହାନ୍ତି ବରଂ ନିଯୁକ୍ତି ମଧ୍ୟ ଶୃଷ୍ଟି କରୁଛନ୍ତି। ତେବେ ଆଗକୁ ମହିଳା ଉଦ୍ୟାଗୀ ପାର୍କ ହେବ ବୋଲି ମିଳିଛି ପ୍ରତିଶୃତି ।
