Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟିଆ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ସମୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
କୋଟିଆ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ସମୀକ୍ଷା

Key Points

ପୁଣି ବିବାଦରେ ଓଡ଼ିଶା- ଆନ୍ଧ୍ର ସୀମାର ବିବାଦୀୟ ଅଞ୍ଚଳ କୋଟିଆ
କୋଟିଆ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ସମୀକ୍ଷା
କୋଟିଆକୁ ନିଜ ଦଖଲକୁ ନେବାକୁ ଏବେବି ଆନ୍ଧ୍ର ନେତା ଚଳାଇଛନ୍ତି ଯୋଜନା
YSR କଂଗ୍ରେସ ନେତାଙ୍କ ସହ କୋଟିଆର ପୂର୍ବତନ ସରପଞ୍ଚ କଲେ ଆଲୋଚନା
କୋଟିଆ ପ୍ରସଙ୍ଗକୁ ଗୁରୁତ୍ବ ନଦେଇ ଚୁପ୍ ବସିଥିଲେ ୨୪ ବର୍ଷର ବିଜେଡି ସରକାର
ଏବେ ଆନ୍ଧ୍ର ଷଡ଼ଯନ୍ତ୍ରରୁ କୋଟିଆକୁ କେମିତି ବଞ୍ଚାଇବେ ବିଜେପି ସରକାର

ପୁଣି ଚର୍ଚ୍ଚାରେ କୋଟିଆ। ଅଭିଯୋଗ ଆସିଛି ଆନ୍ଧ୍ର ପକ୍ଷରୁ ଏବେବି କୋଟିଆକୁ କବଜା ପାଇଁ ଚାଲିଛି ଯୋଜନା। ଏପଟେ ଏହି ବିବାଦର କିଭଳି ସମାଧାନ ହୋଇପାରିବ ସେ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ କୋଟିଆ ବିବାଦର ସ୍ଥିତିନେଇ କରିଛନ୍ତି ସମୀକ୍ଷା। ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ଭିଡିଓ କନଫରେନ୍ସ ଯୋଗେ କୋରାପୁଟ ଜିଲ୍ଲାପାଳ ମଧ୍ୟ ଉପସ୍ଥିତି ଥିଲେ। ତେବେ ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଯଦିଓ ଆନ୍ଧ୍ରରେ ନୂଆ ସରକାର ଆସିବା ପରେ ପୂର୍ବଭଳି ଆଉ ଖୋଲାଖୋଲି ଓଡ଼ିଶା ପ୍ରଶାସନ ସହ ଲଢେଇ ଦେଖିବାକୁ ମିଳୁନାହିଁ। ତେବେ ଆନ୍ଧ୍ରର ପୂର୍ବତନ ଶାସକ ଦଳ ୱାଇଏସଆର କଂଗ୍ରେସ ନେତା କୋଟିଆକୁ ନେଇ ନିଜର ଉଗ୍ର ଆଭିମୁଖ୍ୟ ଜାରି ରଖିଛନ୍ତି। ପୂର୍ବରୁ କୋଟିଆକୁ ବାରମ୍ବାର ଆସି ଯୋରଜବରଦସ୍ତ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲାଗୁ କରି ବିବାଦକୁ ଆସିଥିଲେ ଆନ୍ଧ୍ର୍ରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଲୁର ବିଧାୟକ ପିଡିକା ରାଜନ ଦୋରା। ତେବେ ସରକାରରୁ ଗଲା ପରିବେ ବି ଏବେ ମଧ୍ୟ ସେ କୋଟିଆ ବିରୋଧରେ ଜାରିରଖିଛନ୍ତି ଷଡ଼ଯନ୍ତ୍ର। ଏପରିକି ବର୍ତ୍ତମାନର ଟିଡିପି ସରକାରକୁ କୋଟିଆ ବିରୋଧରେ ଉସୁକାଇବାକୁ ପଛାଉନାହାନ୍ତି। କୋଟିଆ ପଞ୍ଚାୟତ ଧୂଳିପଦର, ନାରେଡିବାଲସା, ତାଡିବାଲସା ଗ୍ରାମପୁଞ୍ଜର କିଛି ଲୋକ ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ନେତୃତ୍ବରେ ରାଜନ ଦୋରାଙ୍କୁ ବାସଭବନରେ ଭେଟିଛନ୍ତି ।ସେଠାରେ ଆନ୍ଧ୍ରରେ କୋଟିଆ ମିଶିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସେପଟେ ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆରେ ବାରମ୍ଵାର ଅନୁପ୍ରବେଶ ଜାରି ରହିଛି। ଧୂଳିପଦର ଗାଁରେ ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳମ ପକ୍ଷରୁ ୧୦ ହଜାର ଲିଟର ପାଣି ଟାଙ୍କି ଲୁଚି ଛପି ନିର୍ମାଣ ଚାଲିଛି। ଗତକାଲି ଆନ୍ଧ୍ର ପକ୍ଷରୁ ତିନି ଜଣ ଶ୍ରମିକ ଟାଙ୍କିରେ ରଙ୍ଗ ଦେଉଥିବା ବେଳେ କୋଟିଆ ପୁଲିସ ସେମାନଙ୍କୁ ଥାନାକୁ ଆଣି ବ୍ୟକ୍ତିଗତ ମୁଚାଲିକାରେ ତାଗିଦ୍ କରି ଛାଡ଼ି ଦେଇଥିଲା । ୱାଇଏସ୍ ରାଜଶେଖର ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିବା ସମୟରୁ କୋଟିଆ ବିରୋଧରେ ଆନ୍ଧ୍ରର ଷଡ଼ଯନ୍ତ୍ର ଚଳାଇ ଆସୁଛି। କ୍ରସ ମିଶନ ମାଧ୍ୟମରେ କୋଟିଆ ବିରୋଧରେ ଭାଷାଗତ ଓ ସାଂସ୍କୃତିକ ଷଡ଼ଯନ୍ତ୍ର ରଚିଆସିଥିଲେ ୱାଇଏସଆର ସରକାର। ଯାହାର ପରିଣାମ ସ୍ବରୂପ ୩୦ ବର୍ଷ ତଳେ କୋଟିଆ ଅଞ୍ଚଳରେ ଗୋଟିଏ ହେଲେ ବି ଖ୍ରୀଷ୍ଟିଆନ ପରିବାର ନଥିବା ବେଳେ ଆଜି ସେଠାରେ ଗୋଟିଏ ହେଲେ ବି ହିନ୍ଦୁ ପରିବାର ନାହାନ୍ତି।


ତାଙ୍କ ପୁଅ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଧାରାକୁ ଜାରି ରଖିଥିଲେ। ସେ ଆଉ ପାଦେ ଆଗକୁ ଯାଇ କୋଟିଆରେ ଥିବା ଜଗନ୍ନାଥ ମନ୍ଦିରରେ ତାଲା ପକାଇଦେଇଥିଲେ। ଆନ୍ଧ୍ର ସରକାର ଲଗାତାର କୋଟିଆକୁ ଅକ୍ତିଆର କରିବାକୁ ଷଡ଼ଯନ୍ତ୍ର ରଚିଚାଲିଥିବା ବେଳେ ସବୁ ଜାଣିଚୁପ୍ ବସିରହିଥିଲେ ୨୪ ବର୍ଷର ନବୀନ ସରକାର। ଏବେ ପ୍ରଶ୍ନ ବର୍ତ୍ତନାର ବିଜେପି ସରକାର କୋଟିଆ ବିବାଦର ସମାଧାନ ପାଇଁ ଆରମ୍ଭ କରିଥିବା ପ୍ରୟାସ କେତେ ସଫଳ ହୋଇପାରିବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-conducts-high-level-review-on-kotia-dispute | Argus News