Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Durga Puja / ପୂଜା ମଣ୍ଡପ ବୁଲିବା ସହ ଦାଣ୍ଡିଆ ଦେଖିଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·9 months ago·2 min read
ପୂଜା ମଣ୍ଡପ ବୁଲିବା ସହ ଦାଣ୍ଡିଆ ଦେଖିଲେ ମୁଖ୍ୟମନ୍ତ୍ରୀ

Key Points

ଆଜି ମଣ୍ଡପରେ ମା’ଙ୍କର ନବମୀ ପୂଜା

ମାଆଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ଆଜି ମଣ୍ଡପରେ ମା’ଙ୍କର ନବମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ଦଶମୀ ପୂଜା । ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ରାଜଧାନୀ ସମେତ ପୂରା ରାଜ୍ୟରେ ପୂଜା ବଜାରର ମାହୋଲ ।


ବୁଧବାର କଟକ ପ୍ରତାପ ନଗରୀ ପୂଜା ମଣ୍ଡପରେ ପହଞ୍ଚିଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଚାଉଳିଆଗଞ୍ଜ ପୂଜାମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ: ଆଜି ପୀଠରେ ଦଶମୀ ଓ ମଣ୍ଡପରେ ମା'ଙ୍କ ମହାନବମୀ ପୂଜା

ମଙ୍ଗଳବାର କେନ୍ଦୁଝର ଦୁର୍ଗାପୂଜାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେଠି ଗୁଜୁରାଟୀ ସମାଜର ଦାଣ୍ଡିଆ ଓ ଗରୱା ନାଚର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଗୁଜୁରାଟୀ ସମାଜର ନବରାତ୍ର ପୂଜା ଅବସରରେ ଅନୁଷ୍ଠିତ ଆକର୍ଷକ ଦାଣ୍ଡିଆ ନାଚ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୁଜୁରାଟୀ ସମାଜର ସର୍ବଦା ରହି ଆସିଥିବା ସମର୍ଥନକୁ ମନେପକାଇଥିଲେ ।


କେନ୍ଦୁଝର ବୁଲାଦ୍ବାର ସାହିଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢ଼ଙ୍ଗରେ ସ୍ୱାଗତ କରିଥିଲେ ଗୁଜୁରାଟୀ ସମାଜର ଲୋକେ । ଏହାପରେ, ଛୋଟ ପିଲା, ଯୁବତୀ ଓ ମହିଳାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ଆକର୍ଷକ ଦାଣ୍ଡିଆ ନୃତ୍ୟ ।


ମୁଖ୍ୟମନ୍ତ୍ରୀଙ୍କ ସହ, ମଞ୍ଚରେ ଉପସ୍ଥିତ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ଓ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ପ୍ରଦର୍ଶିତ ଦାଣ୍ଡିଆ ନୃତ୍ୟକୁ ଖୁବ୍ ଉପଭୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଗୁଜୁରାଟୀ ସମାଜ ପକ୍ଷରୁ ଚାରାଗଛ ଓ ପ୍ରଭୁ ଗଣେଶଙ୍କର ଧାତବ ପ୍ରତିମା ପ୍ରଦାନ କରାଯାଇଥିଲା।

 ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
Durga Puja | CM Visits Puja Pandals and Enjoys Dandiya Night | Argus News | Argus News