Videos
|
Odisha

Maritime Security / 'ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ ,ସମୃଦ୍ଧିର ମୁଖଶାଳା

Bikash Mohanty
Browse all articles by Bikash Mohanty
·2 months ago·2 min read
'ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ ,ସମୃଦ୍ଧିର ମୁଖଶାଳା
Mohan Charan Majhi

Key Points

ଉପକୂଳ ସୁରକ୍ଷା ନେଇ ମାନସମନ୍ଥନ
ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକ ଉଦଘାଟିତ
ଉଦଗାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ
ସମୃଦ୍ଧି ଲାଗି ଅନ୍ତରାଷ୍ଟ୍ରୀୟ ସଭାଗିତାର ମୁଖଶାଳା
ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ବର,୨୪/୦୬: ଉପକୂଳ ସୁରକ୍ଷା ନେଇ ମାନସମନ୍ଥନ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ ପଲିସି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ସମୁଦ୍ର ଆମ ପାଇଁ ସୀମା ନୁହେଁ, ନିବେଶର ପ୍ରବେଶ ପଥ। ବନ୍ଦର, ମତ୍ସ୍ୟ, ଗବେଷଣା, ବ୍ଲୁ ଇକୋନୋମି ଆମ ପାଇଁ ସମ୍ପତ୍ତି। ଓଡ଼ିଶାରେ ୫୭୫ କିଲୋମିଟର ବେଳାଭୂମି ରହିଛି, ତାର ସୁରକ୍ଷା ଆମର ଦାୟିତ୍ୱ। ରାଜ୍ୟ ଭିତରେ ସମନ୍ୱୟ ରକ୍ଷାକରି ଆଗକୁ ବଢ଼ିବାର ରାସ୍ତା ଦେଖାଇଛି। ଭାରତ ସମୁଦ୍ର ରାଷ୍ଟ୍ର ଭାବେ ଆଗକୁ ବଢୁଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିକାର ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି ମିଟିଂରେ ୮ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି। ଓଡ଼ିଶାର ୫୭୪ କିଲୋମିଟର ବେଳାଭୂମି ଅଛି। ଅତୀତରେ ଆମ ସାଧବପୁଅମାନେ ଦକ୍ଷିଣ ଏବଂ ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କକୁ ମଜଭୁତ କରିଥିଲେ। ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ। ତାହା କିପରି ଆଗକୁ ବଢ଼ିବ ସେଥିପାଇଁ ଆମେ କାମ କରୁଛୁ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ପୋର୍ଟ କରାଯାଉଛି। ଏଥିରେ ୫୦ ହଜାର କୋଟି ବିନିଯୋଗ କରାଯିବ। ଯେଉଁଥିରେ ଡିପସି ପୋର୍ଟ କରାଯିବ ସହ ପ୍ରଯୁକ୍ତି ବିଦ୍ୟା ସହ AIକୁ ଅନ୍ତର୍ଭୁକ୍ତ କରାଯାଉଛି। ବିଶେଷ କରି ମାଛଧରା ଡଙ୍ଗା ଓ ଟ୍ରଲର ସୁରକ୍ଷା ଡିଭାଇସ୍ ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି।

ପଢନ୍ତୁ ଏହି ଖବର: ରାଜ୍ୟର ୭୦୭ ଦୁର୍ଗମ ଗାଁରେ ବସିବ 4G ଟାୱାର । ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଜାତୀୟ ମାରିଟାଇମ ସିକ୍ୟୁରିଟି କୋରଡିନେଟର ଉପସ୍ଥିତ ଅଛନ୍ତି। ସେହିପରି ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରାଜ୍ୟ ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀମାନେ ଏହି ଗ୍ରୁପରେ ସାମିଲ ଅଛନ୍ତି। ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପରେ କେନ୍ଦ୍ରର ବିଭିନ୍ନ ସଂସ୍ଥା ଯଥା ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସୀମା ଶୁଳ୍କ (କଷ୍ଟମ୍ସ), ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ (DRI), ସୀମା ସୁରକ୍ଷା ବଳ (BSF)ର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉପକୂଳ ସମ୍ବନ୍ଧୀୟ ନିକଟତର ସମସ୍ୟା ଯେପରିକି ସାମୁଦ୍ରିକ ଆଇନର ପ୍ରଣୟନ, ଉପକୂଳ ସର୍ଭେଲାନ୍ସ (ନଜର ରଖିବା) ନେଟୱାର୍କକୁ ମଜବୁତ କରିବା, ବିପଜ୍ଜନକ ଏବଂ କ୍ଷତିକାରକ ପଦାର୍ଥର ମୁକାବିଲା ପାଇଁ ମାନକ ପରିଚାଳନା ପଦ୍ଧତି (SOP) ଜାରି କରିବା, ଚୋରା ଚାଲାଣ ଏବଂ ଚୋରା ଚାଲାଣ ବିରୋଧୀ ବ୍ୟବସ୍ଥା ତଥା ବନ୍ଦର ସୁରକ୍ଷା ଭଳି ବିଷୟଗୁଡ଼ିକରେ ଆଲୋଚନା ଚାଲିଛି।...