Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ସିଙ୍ଗାପୁରରେ ବଡ଼ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ । ଫିକି ଇଣ୍ଡିଆ ସହଯୋଗରେ ଆୟୋଜିତ ବୈଠକରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଭିତ୍ତିଭୂମି, ନିବେଶ ସୁଯୋଗକୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ମୁଖ୍ୟତଃ ରିନ୍ୟୁୟବୁଲ ଏନର୍ଜୀ, ପୋଟ୍ରୋକେମିକାଲ୍ସ , ମିନେରାଲ ଏବଂ ଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ଦୃଢ ଭିତ୍ତିଭୂମି ରହିଥିବାରୁ ନିବେଶକ ଏହାର ସୁଯୋଗ  ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । 

ଖୋର୍ଦ୍ଧାରେ ପେଟ ରିସାଇକ୍ଲିଂ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଇଣ୍ଡୋରାମା ଏକଜିକ୍ୟୁଟିଭ ଡିରେକ୍ଟର ୟାସ ଲୋହିଆଙ୍କ ସହ ଆଲୋଚନା କରିଛନ୍ତି । ଏହି ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ପାନୀ 350 କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଓଡ଼ିଶାରେ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଇଣ୍ଡିଆ ପ୍ରାଇଭେଟ ଫଣ୍ଡସ, କ୍ୟାପିଟାଲ ଲ୍ୟାଣ୍ଡ ଇନଭେଷ୍ଟମେଣ୍ଟ ମୁଖ୍ୟ ହାର୍ଦ୍ଦିକ ଗୋସୋଟାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ସିଏମ । 

ଆସନ୍ତାବର୍ଷ ଜାନୁଆରୀ 28 ଓ 29ରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେବରେ ଯୋଗଦେବାକୁ ଶିଳ୍ପପତି, ଉଦ୍ୟୋଗୀ ଓ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM invites industry leaders to attend utkarsh Odisha Conclave | Argus News