|
logo
Live

Argus News - ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ବଡ଼ ଭେଟ: ୪୧ ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କା

Odisha

CM Kisan Scheme / ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ବଡ଼ ଭେଟ: ୪୧ ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କା

Rashmita Mishra
Browse all articles by Rashmita Mishra
·3 hours ago·2 min read
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ବଡ଼ ଭେଟ: ୪୧ ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କା
CM Kisan Scheme

Key Points

ଚେକ୍ କରନ୍ତୁ ଆକାଉଣ୍ଟକୁ ଆସିଲା ଟଙ୍କା । 
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ବଡ଼ ଭେଟ: ୪୧ ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କ। । 

ଅକ୍ଷୟ ତୃତୀୟା ଅବସରରେ ଆଜି ୪୧ ଲକ୍ଷ୍ ୬୮ ହଜାର ଚାଷୀଙ୍କୁ ମିଳିଛି ସିଏମ କିଷାନ ସହାୟତା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ପଠାଇଛନ୍ତି ସରକାର । ଗତ ସେପ୍ଟେମ୍ୱର ମାସରେ ୫୧ ଲକ୍ଷ ୫୪ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ସିଏମ କିଷା ଟଙ୍କା ପାଇବାରୁ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ହିତାଧିକାରୀ ବାଦ ପଡ଼ିଛନ୍ତି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ସିଏମ କିଷାନର ହିତାଧିକାରୀ ହେବା ଆବଶ୍ୟକୀୟ ମାନଦଣ୍ଡ ଯେଉଁମାନେ ପୂରଣ କରୁ ନାହାନ୍ତି । ସେମାନଙ୍କୁ ଆର୍ଥିକ ସହାୟତାର ବାଦ ଦିଆଯାଇଛି । କୃଷକ ପଞ୍ଜିକରଣ, ଏକକ ମୋବାଇଲ ନମ୍ୱର , ବ୍ୟାଙ୍କ ଖାତା ସହ ଆଧାର ପଞ୍ଜିକରଣ ସହ ଇକେୱାସି ଅପଡେଟ କରିନାହାନ୍ତି । ସେମାନଙ୍କୁ ଖାତାକୁ ଟଙ୍କା ଯାଇପାରିନାହିଁ । ନିଜ ଜିଲ୍ଲାର କୃଷି କାର୍ଯ୍ୟାଳୟକୁ ଯାଇଁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କଲେ ହିତାଧିକାରୀ ଆର୍ଥିକ ସହାୟତା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ, କେନ୍ଦ୍ର ସରକାର ତିନୋଟି କିସ୍ତିରେ ଚାଷୀମାନଙ୍କୁ ୬,୦୦୦ ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । ଯେଉଁ ଚାଷୀମାନଙ୍କର ନାମ ଏପର୍ଯ୍ୟନ୍ତ ହିତାଧିକାରୀ ତାଲିକାରେ ନାହିଁ, ସେମାନେ ଆବେଦନ କରିପାରିବେ । ଆବେଦନ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟରେ କରାଯାଇପାରିବ । ଯେଉଁମାନେ ଅନଲାଇନରେ ଅବେଦନ କରିବାକୁ ଚାହୁଁଛନ୍ତି ସେମାନେ ସର୍ବପ୍ରଥମେ ସରକାରୀ ୱେବସାଇଟ୍ pmkisan.gov.inକୁ ଯାଇ ନୂତନ ଚାଷୀ ପଞ୍ଜୀକରଣ ଉପରେ କ୍ଲିକ୍ କରିବେ ଓ ଅନୁରୋଧିତ ସୂଚନାକୁ ସଠିକ୍ ଭାବରେ ପୂରଣ କରିବେ ।

ଫର୍ମ ଦାଖଲ ହେବା ପରେ, ଏହା ଯାଞ୍ଚ ପାଇଁ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିକଟକୁ ଯାଏ । ଚାଷୀମାନେ ଚାହିଁଲେ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ମଧ୍ୟ କରିପାରିବେ ।

ଯେଉଁମାନେ ଅଫଲାଇନରେ ଅବେଦନ କରିବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ CSC କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ଓ ଜିଲ୍ଲା ସ୍ତରରେ ଅଭିଯୋଗ ସମାଧାନ କମିଟି ସହିତ ମଧ୍ୟ ଯୋଗାଯୋଗ କରିପାରିବେ । ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ହେଲା ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ପାସବୁକ୍,ମୋବାଇଲ୍ ନମ୍ବର , IFSC/MICR କୋଡ୍ , ଜନ୍ମ ତାରିଖ ଏବଂ ପରିବାରର ସୂଚନା ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Kisan Scheme: ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ବଡ଼ ଭେଟ: ୪୧ ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କା | Argus News