Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଏମ କିଷାନ : ଚାଷୀ ପାଇଲେ ଟଙ୍କା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସିଏମ କିଷାନ : ଚାଷୀ ପାଇଲେ ଟଙ୍କା

Key Points

  • ନୂଆଁଖାଇରୁ ନୂଆ ଯୋଜନା
  • ଚାଷୀଙ୍କୁ ସିଏମ କିଷାନ ଉପହାର
  • ଏକାସାଙ୍ଗରେ ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ଅର୍ଗସ ବ୍ୟୁରୋ: ନୂଆ ସରକାର, ନୂଆ ଯୋଜନା । ଚାଷୀଙ୍କ ପାଇଁ ଆରମ୍ଭ ହେଲା ସିଏମ କିଷାନ ଯୋଜନା । ଖାସ କରି ପଶ୍ଚିମ ଓଡ଼ିଶାର ଗଣପର୍ବରେ ଚାଷୀ ଭାଇଙ୍କୁ ବଡ଼ ଉପହାର ଦେଲେ ମୋହନ । ସମ୍ବଲପୁରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଅନୁସାରେ, ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଛି । ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ମୋଟ ୯୨୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । 

କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର ।  ଦୁନିଆକୁ ଯୋଗାଏ ସିଏ ପରା ଆହାର । ହେଲେ ପୂର୍ବ ସରକାରରେ ଚାଷୀ ନାହିଁନଥିବାର ସମସ୍ୟାର ସାମ୍ନା କରୁଥିଲେ । ଏମିତିକି ଧାନ ଅମଳ କରିବା ପରେ ଉଚିତ୍‌ ପାଉଣା ମିଳୁନଥିଲା । କଟନୀଛଟନୀ ସହ ମଣ୍ଡିରେ ରାତି କାଟୁଥିଲେ ଚାଷୀ । ହେଲେ ନୂଆ ସରକାର ଆସିବା ପରେ ଚାଷୀଙ୍କୁ ସର୍ବାଧିକ ଗୁରୁତ୍ଵ ଦେବା ସହିତ ସିଏମ କିଷାନ ଯୋଜନାର ଶୁଭାରମ୍ଭ ହେଲା । ଯାହାକୁ ନେଇ ସବୁଠି ରାଜ୍ୟ ସରକାରଙ୍କୁ କରାଯାଉଛି ପ୍ରଶଂସା ।

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ।  ଏହି ଅବସରରେ ସିଏମ୍ କିଷାନ ପୋର୍ଟାଲ୍ ଓ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି । ଚାଷୀଙ୍କ ପରିବାରର ପିଲାଙ୍କ ପାଇଁ ଆରମ୍ଭ ହୋଇଛି କୃଷକ ବିଦ୍ୟାନିଧି ଯୋଜନା। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବିଜେପି ସରକାର ହେବା ଫଳରେ ଓଡ଼ିଆ ସ୍ବାଭିମାନ ଅସ୍ମିତା ଓ ମାର ବିଜୟ ହୋଇଛି। ଯୁବକ, ଗରିବ, ମହିଳା ଓ କୃଷକଙ୍କ ଉନ୍ନତି ଦିଗରେ ବିଜେପି ସରକାର ସର୍ବଦା ରହିଆସିଛି ପ୍ରତିବଦ୍ଧ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM-KISAN Yojana | Argus News