ପ୍ରବାସୀ ଭାରତୀୟ ଦିବସ ପାଇଁ ଇ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପତାକା ଦେଖାଇ ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । 5ଟି ଡବଲ ଡେକର ବସ, 10ଟି ହପ୍ ଅନ୍ ହପ୍ ଅଫ୍ ବସ୍ ଉଦ୍ଘାଟିତ ହୋଇଛି । ପ୍ରବାସୀଙ୍କୁ ଭୁବନେଶ୍ଵରରୁ ପୁରୀ ଓ କଟକ ନେବ ଡବଲ ଡେକର ବସ୍ । ଭୁବନେଶ୍ଵର ଭିତରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେବ ହପ୍ ଅନ୍ ହପ୍ ଅଫ୍ ବସ୍ । ପ୍ରବାସୀଙ୍କ ପାଇଁ କେବଳ ପୁରୀରେ ଚାଲିବ 25ଟି ବସ୍ ।
ପ୍ରବାସୀ ଭାରତୀୟ ଦିବସ ପାଇଁ ଇ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 5 ଟି ଡବଲ ଡେକର ବସ, 10 ଟି ହପ ଅନ ହପ ଅଫ ବସ, ଓ 25 ଟି ଶ୍ରୀ ମନ୍ଦିର ପ୍ରଶାସନ ବସ ଗଡିବ । ଡବଲ ଡେକର ବସ ଗୁଡିକ କଟକ ଓ ଭୁବନେଶ୍ବରରୁ ପ୍ରବାସୀଙ୍କୁ ନେଇ ପୁରୀକୁ ଯାତାୟତ କରିବ। ସେହିପରି ହପ ଅନ ହପ ଅଫ ବସ ଭୁବନେଶ୍ବର ଭିତରେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ଏକ ନିର୍ଦ୍ଧିଷ୍ଟ ସମୟ ଅନୁପାତରେ ଯାତାୟାତ କରିବ । ଶ୍ରୀମନ୍ଦିର ପ୍ରଶାସନ ବସ ଗୁଡିକ କେବଳ ପୁରୀ ଭିତରେ ଯାତାୟାତ କରିବ ।
