Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !

Odisha

ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !

Key Points

  • ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50
  • ନିର୍ବାଚନୀ ପ୍ରଚାର କଲେ, ହେଲେ କାଗଜ ପଢିକି
  • ନବୀନଙ୍କୁ ଭେଟିବାକୁ ମିଳିଲାନି ସୁଯୋଗ

ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକେ କହିଲେ, ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜ ମୁଖ୍ୟମନ୍ତ୍ରୀ ଆକସେପ୍ଟ କଲେ 50-50 । କିନ୍ତୁ ନାଁ...ସଭାକୁ ତ ଗଲେ ହେଲେ ବିନା କାଗଜରେ ପଦୁଟିଏ ବି କହିଲେନି କି ଭୋଟରଙ୍କୁ ଭେଟିଲେନି । ଚିରାଚରିତ ଢଙ୍ଗରେ ଘୋଣା କାଗଜ ଧରି ମିନିଟିଏ ପଢିଲେ । ସଭା ସାଙ୍ଗ କରି ଭୁବନେଶ୍ଵର ପଳାଇ ଆସିଲେ । କିନ୍ତୁ ପ୍ରଶ୍ନ, ଇଏ କଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କାମ କି ?

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ଠିକ୍‌ରେ ଗ୍ରହଣ କଲେନି ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜି ଗଲେ ନବୀନ, କିନ୍ତୁ ଦେଲେନି ଲୋକଙ୍କ ପ୍ରଶ୍ନର ଉତ୍ତର । ଲୋକଙ୍କ ସହ ନାହିଁ କୌଣସି କନେକ୍ସନ, କାଗଜ ଦେଖି ଏକପାଖିଆ କହି ପଳାଇଗଲେ ବିଜେଡି ସୁପ୍ରିମୋ । ନବୀନଙ୍କ ନାଁ ଭେଟିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ଦିଆଗଲା ନାଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଅଧିକାର ମିଳିଲା ? ଭେଟିବାକୁ ଯାହାକୁ ନେଇ କଣ୍ଟାବାଞ୍ଜିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ । କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଏମିତି ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ମୋଦି ଆହ୍ଵାନ ଦେବାର ୨୪ ଘଣ୍ଟା ଭିତରେ କଣ୍ଟାବାଞ୍ଜି ଗସ୍ତରେ ଗଲେ ନବୀନ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଗ୍ରହଣ କଲେନାହିଁ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଦଶଟି ଗାଁର ନାଁ କହିବା ତ ଦୂରର କଥା, କାଗଜ ନ ଦେଖି ପଦୁଟିଏ ବି କହିଲେନି। 

ମୋଟ୍‌ ଉପରେ ଲୋକଙ୍କ ସହ ନବୀନଙ୍କର କୌଣସି କନେକ୍ସନ ହିଁ ନାହିଁ । ସାଧାରଣ ଜନତା ତ ଦୂରର କଥା ନିଜ ଦଳର ବଡ଼ବଡ଼ ନେତା ଓ ମନ୍ତ୍ରୀଙ୍କଠାରୁ ବି ବହୁ ଦୂରରେ ମୁଖ୍ୟମନ୍ତ୍ରୀ । ଆଉ ନିର୍ବାଚନ ପ୍ରଚାର ବେଳେ ବି ଲୋକଙ୍କ ସହ କୌଣସି ଭାବ ବିନିମୟ କରୁନାହାନ୍ତି । କଥା ହେଲା ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା । ହେଲେ ୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ସବୁ କ୍ଷେତ୍ରରେ ପଛରେ ଓଡ଼ିଶା । ଏଥିପାଇଁ ଦାୟୀ ଲୋକ ଓ ଲୋକଙ୍କ ସମସ୍ୟାଠାରୁ ଢେର ଦୂରରେ ନବୀନ । ଅଣଓଡ଼ିଆ ଗୁମାସ୍ତାଙ୍କ ରିମୋଟ ଦ୍ବାରା ପରିଚାଳିତ ମୁଖ୍ୟମନ୍ତ୍ରୀ। ଏଥିପାଇଁ ତ ଏଥିପାଇଁ ତ ବାଜା ବଜାଇ ନବୀନଙ୍କୁ ବିଦା କରିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ହେଲେ ବିଜେଡି ଯେଉଁ ପରି ଢଙ୍ଗରେ ଅହଙ୍କାର ଦେଖାଉଛି ତାହା ଭୋଟ୍‌ରେ ଭାରି ପଡ଼ିବ ବୋଲି ଲୋକେ କହିଲେଣି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Naveen Patnaik | Argus News