Videos
|
Odisha

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ

ଭୁବନେଶ୍ଵର: ରାଜ୍ୟକୁ ଆସିବ ବଡ଼ ପୁଞ୍ଜି । ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଏବଂ ଏମଓୟୁ ସ୍ଵାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ଆସିବ ବଡ଼ ପୁଞ୍ଜିନିବେଶ ।


ଆଇଓସିଏଲ୍ (IOCL), ପେଟ୍ରୋନେଟ ଏଲଏନଜି, ଇଣ୍ଡିଆ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ ସହ ଓଡ଼ିଶା ସରକାର ଏମଓୟୁ ସ୍ଵାକ୍ଷର କରିବେ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ବିଭିନ୍ନ ଶିଳ୍ପ ପ୍ରମୁଖ ମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।


୨ ଦିନିଆ ଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଶିଳ୍ପ ସଂସ୍ଥା ଓ ଅଧିକାରୀଙ୍କସହ ଆଲୋଚନାକରିଛି । ବିକଶିତ ଓଡ଼ିଶାର ଲକ୍ଷ୍ୟନେଇ କଥା ହେବେ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଥିବା ଭିତ୍ତିଭୂମି ଓ ପରିବେଶ ନେଇ ବି କଥା ହେବେ । ଏହା ଦ୍ଵାରା କେବଳ ରାଜ୍ୟରେ ଶିଳ୍ପ ବଢ଼ିବନି ବରଂ ଆଗକୁ ଆହୁରି ନୂଆ ଶିଳ୍ପ ଆସିବାକୁ ଆଗ୍ରହୀ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାହା ଓଡ଼ିଶାର ଅର୍ଥନୀତିକୁ ବଳ ଦେବ ।


ଓଡ଼ିଶାକୁ ପେଟ୍ରୋକେମିକାଲ ଓ କେମିକାଲ୍ ହବ୍ କରି ଗଢ଼ି ତୋଳିବା ଲାଗି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ପେଟ୍ରୋନେଟ୍ ଏଲଏନ୍‌ଜି ଏବଂ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ୍ ରିଜର୍ଭସ୍ ଲିମିଟେଡ୍ ସହ ସରକାର ବୁଝାମଣା ସ୍ଵାକ୍ଷର କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନୋଏଡ଼ା ସ୍ଥିତ ଏଚସିଏଲ୍ କ୍ୟାମ୍ପସ ବୁଲି ଦେଖିବେ । ଏଥିସହ ବିଭିନ୍ନ ଶିଳ୍ପଦ୍ୟୋଗୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ । ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।