Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

JagannathTemple / ହବିଷ୍ୟାଳିଙ୍କୁ ଭେଟିବେ, ଜଗା ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·9 months ago·2 min read
ହବିଷ୍ୟାଳିଙ୍କୁ ଭେଟିବେ, ଜଗା ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

Key Points

ଆଜି ପୁରୀ ଯାଇ ହବିଷ୍ୟାଳି ମାମାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବୃନ୍ଦାବତୀ ନିବାସରେ ୧ ଘଣ୍ଟା ସମୟ ବିତାଇ ମାମାଙ୍କ ସହ ସୁଖଦୁଃଖ, ସୁବିଧା ବୁଝିବେ
ସନ୍ଧ୍ୟା ୭ଟା ୩୫ ପରେ ଶ୍ରୀମନ୍ଦିର ଦର୍ଶନ ପରେ ଭୁବନେଶ୍ୱରକୁ ଫେରିବେ

ଆଜି ପୁରୀ ଯାଇ ହବିଷ୍ୟାଳି ମା'ମାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ତରଫରୁ ବୃନ୍ଦାବତୀ ନିବାସ ହବିଷ୍ୟାଳି ଶିବିରରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ପହଞ୍ଚି ମାମାନଙ୍କ ସୁଖଦୁଃଖ, ସୁବିଧା ଅସୁବିଧା ଓ ତମାମ ବ୍ୟବସ୍ଥାବଳୀ ସମ୍ପର୍କରେ ପଚାରି ବୁଝିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୧ ଘଣ୍ଟା ମୁଖ୍ୟମନ୍ତ୍ରୀ ବୃନ୍ଦାବତୀ ନିବାସରେ ମାମାନଙ୍କ ସହ ସମୟ ବିତାଇବେ ।


ଅଧିକ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ରାଜନୀତି ମାହୋଲ ସରଗରମ


ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ୱରରୁ ବାହାରି ସାଢ଼େ ୫ଟା ସୁଦ୍ଧା ବୃନ୍ଦାବତୀ ନିବାସରେ ପହଞ୍ଚିବେ । ୬ଟା ସୁଦ୍ଧା ଏଠାରୁ ବାହାରି ପୁରୀ ସର୍କିଟ ହାଉସ୍‌କୁ ଯାଇ ଅଧିକାରୀମାନଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ । ସେଠାରୁ ସନ୍ଧ୍ୟା ୭ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ପହଞ୍ଚିବେ । ୮ଟା ସୁଦ୍ଧା ଠାକୁର ଦର୍ଶନ ସାରି ସେ ଭୁବନେଶ୍ୱର ଫେରିଯିବେ ବୋଲି ସୂଚନା ରହିଛି । ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବା ନିମନ୍ତେ ସ୍ୱତନ୍ତ୍ର ଷ୍ଟେଜ୍‌ କରାଯିବ । ଏଥିସହ ଆନୁସଙ୍ଗିକ ଅନ୍ୟ ବ୍ୟବସ୍ଥା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି। ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳୀମାନେ ମାସଟେ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି। ବ୍ରତଧାରୀ ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି।


ରାଜ୍ୟ ସରକାରଙ୍କ ପକ୍ଷରୁ ଅଢେଇ ହଜାର ବ୍ରତ ଧାରିଣୀଙ୍କ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ମହାପ୍ରସାଦ ସେବନ, ସ୍ବାସ୍ଥ୍ୟ ସେବା ଓ ଶ୍ରୀଜୀଉଙ୍କ ଦର୍ଶନ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି। ଅନ୍ୟପଟେ ପୁରୀରେ ଥିବା ବିଭିନ୍ନ ମଠବାଡ଼ି, ଧର୍ମଶାଳାରେ ମଧ୍ୟ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଜମିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
JagannathTemple | CM to Meet Habishyalis and Visit Jagannath Temple in Puri | Argus News | Argus News