Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, କହିଲେ- 'ବିକଶିତ ଭାରତକୁ ଇନ୍ଧନ ଯୋଗାଇବ ଓଡ଼ିଶା'

Odisha

ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, କହିଲେ- 'ବିକଶିତ ଭାରତକୁ ଇନ୍ଧନ ଯୋଗାଇବ ଓଡ଼ିଶା'

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, କହିଲେ- 'ବିକଶିତ ଭାରତକୁ ଇନ୍ଧନ ଯୋଗାଇବ ଓଡ଼ିଶା'

Key Points

ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ

ଓଡ଼ିଶା ପ୍ରମୁଖ ଭୂମିକା ତୁଲାଇବ

ପୁରୀ: ଉତ୍କର୍ଷ ଓଡ଼ିଶା ଅବ୍ୟାହତି ପୂର୍ବରୁ ଓଡ଼ିଶାରେ ହୋଇଛି ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ । ଏବେ ଦେଶର ଦୁଇ ତୃତୀୟାଂଶ ଖଣିଜ ସମ୍ପଦକୁ ଯୋଗାଉଛନ୍ତି ଓଡ଼ିଶା ସମେତ ଛତିଶଗଡ ଓ ଝାଡ଼ଖଣ୍ଡ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ୩ ରାଜ୍ୟ ଇନ୍ଧନ ଯୋଗାଇବେ । ଓଡ଼ିଶା ସେଥିରେ ଏକ ପ୍ରମୁଖ ଭୂମିକା ତୁଲାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ବିକଶିତ ଭାରତ ଲକ୍ଷ୍ୟକୁ କିଭଳି ହାସଲ କରାଯିବ, ସେ ନେଇ ଏହି ପ୍ଲାଟଫର୍ମରେ ଗଭୀର ଆଲୋଚନା କରାଯିବ । ଖଣି କାର୍ଯ୍ୟ କଳାପରେ ଗବେଷଣା, ଡ୍ରୋନ ଓ ଏଆଇ ସମେତ ବିଭିନ୍ନ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ଵାରା ପରିଚାଳନା ଖର୍ଚ୍ଚକୁ କମ କରାଯାଇ ପାରିବ ଓ ପରିବେଶର ବି ରକ୍ଷା କରାଯାଇ ପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟ ସରକାର ଓଡ଼ିଶାକୁ ଏକ ବିଶ୍ଵସ୍ତରୀୟ ଇଣ୍ଡଷ୍ଟ୍ରିଆଲ ହବରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ବିକାଶ ପାଇଁ ଇସ୍ପାତ ଓ ଖଣି କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶ କରୁଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସବୁ ରାଜ୍ୟକୁ ନିଜ ଭୂମିକା ତୁଲାଇବାକୁ ପଡ଼ିବ । ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ପଡ଼ିବ ।

Sponsored
CM Mohan Majhi Address 3rd National Mining Ministers Conference | Argus News