Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sambalpur / ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି

Rashmita Mishra
Browse all articles by Rashmita Mishra
·6 months ago·2 min read
ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି
Sambalpur

Key Points

ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । 
ପ୍ରାୟ ୯୪୮ କୋଟି ମୂଲ୍ୟର ୨୫ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ । 
୫୭ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ୧୪ଟି ପ୍ରକଳ୍ପ ଉଦ୍‍ଘାଟିତ । 
୮୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । 

ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି । ଜିଲ୍ଲାର ବିକାଶ ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୭ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ୧୪ଟି ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି । ୮୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିରେ ଜିଲ୍ଲାର ଉନ୍ନତିମୂଳକ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍‌ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଭଳି ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁରର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହା ସହ ମାଆ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୩୧୬ କୋଟି ଟଙ୍କା ଘୋଷଣା ସହ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ କାମ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ।

ମହାନଦୀ ରିଭର ଫ୍ରଣ୍ଟ ଡେଭଲ୍‍ପମେଣ୍ଟ ଯୋଜନାରେ ୧୬୦ କୋଟି ଟଙ୍କା ବିନିଯୋଗରେ ମହାନଦୀ କୂଳର ମନ୍ଦଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ବିକାଶ କାମ ହାତକୁ ନେଇଛନ୍ତି ସରକାର। ରାଜ୍ୟରେ ଶିଳ୍ପାୟନ ପରିପ୍ରେକ୍ଷିରେ ନୂତନ ସରକାର ଆସିବା ପରେ ସମସ୍ତ ୩୦ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡିଛନ୍ତି ।

ସେହିପରି ସମ୍ବଲପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ନୂତନ ବର୍ହି ବିଭାଗ, ଆଘାତ ଚିକିତ୍ସା କେନ୍ଦ୍ର, ଗୁରୁତର ଚିକିତ୍ସା ବିଭାଗ, ଡାଏଲିସିସ କକ୍ଷ , ସମ୍ମିଳନୀ କୋଠାର ଉଦଘାଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୨୭. ୬୩ କୋଟିର ଅନୁଦାନ ଘୋଷଣା ହୋଇଛି । ଏହା ସହ ୨.୫୪ କୋଟିର ସିସିଏସଏସଡି କୋଠା ଉଦଘାଟନ କରିଛନ୍ତି।

ଏଥିରେ ଅତ୍ୟାଧୁନିକ ମେସିନ ବ୍ୟବସ୍ଥା ରହିଛି । ରାଜ୍ୟର ସବୁ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟର ହେବ ବୋଲି ସେ ଘୋଷଣା କରିଛନ୍ତି । ରାଜ୍ୟ ୮୯ ସ୍ଥାନରେ ଟ୍ରମା କେୟାର ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଭିମସାରକୁ ସମ୍ପୂର୍ଣ୍ଣ ଭାବେ ଅଟୋନୋମସ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଭିମସାର ଫୁଲ ଫେଜରେ ଅଟୋନମୋସ କରିବା ପାଇଁ ସରକାର ବିଚାରକୁ ନେଇଛନ୍ତି । ଅଂଚଳର ସମସ୍ତ ପ୍ରତିନିଧି ଆଲୋଚନା ପର୍ଯ୍ୟୟ କ୍ରମେ ଚାଲିଛି । ଖୁବ କମ ସମୟ ମଧ୍ୟରେ ସରକାର ନିଷ୍ପତ୍ତି ନେବେ ।

ସମ୍ବଲପୁର ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅମୃତ ୨.୦ ଯୋଜନା ଅଧିନରେ ଓ୍ଵାଟକୋ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଛି । ଏଥିପାଇଁ ୪୫୧ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଗୋଟିଏ ଇନଟେକ ଓ୍ବେଲ, ୨ ଟି ଜଳ ବିଶୋଧନା ଗାର, ସମ୍ବଲପୁର ପଟେ ୬୫ MLD , ଵୁର୍ଲାରେ ୩୫ MLD ବିଶିଷ୍ଟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୩୩୮ କିଲୋମିଟର ପାଇପ ଲାଇନ ବିଛାହେବ। ସମ୍ପୁର୍ଣ୍ଣ ସହରକୁ ୮୦ଟି DMA ରେ ବିଭାଜନ ହେଵ, ୧୬ ଟି ନୂତନ ଜଳଭଣ୍ତାର, ପ୍ରତି ଘରେ ପାଇପ ପରିବର୍ତ୍ତନ ଓ ମିଟର ଲାଗିବ । ତେବେ ୨୦୨୭ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରକଳ୍ପ କାମ। ଏଥିରେ ମହାନଗର ନିଗମର ୪.୭୫ ଲକ୍ଷ ଲୋକ ଉପକୃତ ହେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sambalpur | Sambalpur | CM Mohan Majhi Announces Major Gift for Sambalpur | Odisha News | Argus News