Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ- ମୋହନ ମାଝୀ

Smruti Parija
Browse all articles by Smruti Parija
·1 year ago·1 min read
ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ- ମୋହନ ମାଝୀ

ଅର୍ଗସ ବ୍ୟୁରୋ: ଓଡ଼ିଆ ସିନେମା ‘ଦମନ’ ବେଷ୍ଟ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବାରୁ ଦମନର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ । 

ଏଥିରେ ପ୍ରଦର୍ଶିତ ମ୍ୟାଲେରିଆ ରୋଗ ଦମନ ପାଇଁ ବିଚ୍ଛିନ୍ନାଞ୍ଚଳରେ ଏକ ଯୁବ ଡାକ୍ତରଙ୍କର ପ୍ରୟାସ ପ୍ରେରଣାଦାୟୀ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଦମନ ଫିଲ୍ମର ପୁରା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Mohan Charan Majhi (@MohanMOdisha) August 16, 2024


 

Sponsored
cm-mohan-majhi-congratulates-entire-team-of-daman-movie | Argus News