Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରାରେ ଯୋଗଦେବା ପାଇଁ ପୁରୀରେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରଥଯାତ୍ରାରେ ଯୋଗଦେବା ପାଇଁ ପୁରୀରେ ମୁଖ୍ୟମନ୍ତ୍ରୀ

Key Points

ପୁରୀରେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାରେ ଯୋଗଦେବା ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ରଥଯାତ୍ରାରେ ଯୋଗଦେବା ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ପୋଲିସ ଡିଜି ମଧ୍ୟ ପହଞ୍ଚିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥଯାତ୍ରାରେ ଯୋଗଦେବା ପାଇଁ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ । ତାଙ୍କ ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱାତ ଏବଂ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚିଲେ ।  


ଆଜି ପବିତ୍ର ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତଙ୍କ ସହ ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା। ଭାବବିହ୍ବଳ ଭକ୍ତ, ପୁଣି ଭକ୍ତଙ୍କ ଗହଳିରେ ଉଛୁଳିଛି ବଡ଼ଦାଣ୍ଡ। ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ରଥ, ପଥ ସବୁ ପ୍ରସ୍ତୁତ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-mohan-majhi-in-puri-to-join-rath-yatra | Argus News