Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶାହଙ୍କୁ ଭେଟିଲେ ମୋହନ, ୩ ନୂଆ ଆଇନ କାର୍ଯ୍ୟକାରୀ ନେଇ କଲେ ଆଲୋଚନା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଶାହଙ୍କୁ ଭେଟିଲେ ମୋହନ, ୩ ନୂଆ ଆଇନ କାର୍ଯ୍ୟକାରୀ ନେଇ କଲେ ଆଲୋଚନା

ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ । ତିନି ନୂଆ ଆଇନ- ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ କିଭଳି ରାଜ୍ୟରେ ସଠିକ ଭାବେ କାର୍ଯ୍ୟକାରୀ ହେବ ବୈଠକରେ ଆଲୋଚନା ହୋଇଛି ।


ମିଟିଂ ଶେଷ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଇନଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ହୋଇଛି । ପୀଡ଼ିତଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଥିଲା। ୧୨ ହଜାର ସରକାରୀ ପଦବୀ ପୂରଣ ହେବ । ଓଡିଶା ଇଣ୍ଡଷ୍ଟ୍ରି ସିକ୍ୟୁରିଟି ଫୋର୍ସ ୩୦୦୩ ନୂଆ ପଦବୀ ପୂରଣ ହେବ । ଟ୍ରାଫିକ୍ ବିଭାଗରେ ୨୦୦୦ ପଦବୀ ପୂରଣ, ହୋମଗାର୍ଡରେ ୫ ହଜାର ପଦବୀ ପୂରଣ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ସରକାର ଏହି ନିଯୁକ୍ତିକୁ ଗୁରୁତ୍ଵ ଦେଉନଥିଲେ, ଆମେ ଦେବୁ । ଅତ୍ୟାଧୁନିକ ଯାନ ବ୍ୟବସ୍ଥା କରୁଛୁ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଅପରାଧ କମ୍ ହୁଏ ଆମ ରାଜ୍ୟରେ । ସାଇବର୍ ଅପରାଧ ରୋକିବା ପାଇଁ ୨୦ ସାଇବର୍ ପୋଲିସ୍ ଷ୍ଟେସନ୍ ହେବ । ସଡ଼କ ଦୁର୍ଘଘଟଣା କମ୍ କିଭଳି ହେବ ସେଥିପାଇଁ ବ୍ୟବସ୍ଥା କରାଯିବ ।


ଅପରାଧିକ ଘଟଣା କିପରି କମିବ, କେନ୍ଦ୍ର ସହ ସମନ୍ଵୟ ରଖି କାମ ହେବ । ନକ୍ସଲ ସମସ୍ୟା ବହୁତ କମିଛି, ଖୁବ୍‌ଶୀଘ୍ର ଏହାର ସମାପ୍ତ ହେବ । ରାଜ୍ୟର ୧୦ ଜିଲ୍ଲାରେ ନକ୍ସଲ ସମସ୍ୟା ଅଳ୍ପ ରହିଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
CM Mohan Majhi meets Union Home Minister Amit Shah at Delhi | Argus News