Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଣ୍ଡିଆନ ମେଡିକାଲ ଆସୋସିଏସନର ୭୫ତମ ବାର୍ଷିକ ସମ୍ମିଳନୀ ଉଦଘାଟନ

Smruti Parija
Browse all articles by Smruti Parija
·1 year ago
ଇଣ୍ଡିଆନ ମେଡିକାଲ ଆସୋସିଏସନର ୭୫ତମ ବାର୍ଷିକ ସମ୍ମିଳନୀ ଉଦଘାଟନ

କେନ୍ଦୁଝର: ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଧରଣୀଧର ମେଡ଼ିକାଲ୍‌ କଲେଜ ଅଡିଟୋରିୟମରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ୭୫ତମ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଯାଜପୁର N.C. କଲେଜ ପଡିଆରୁ ସକାଳ ୯ଟା ୩୦ ମିନିଟରେ ହେଲିକ୍ୟାପ୍ଟର୍ ଯୋଗେ ବାହାରି ୯ଟା ୫୫ ମିନିଟରେ କେନ୍ଦୁଝର D. D. ମେଡ଼ିକାଲ୍‌ କଲେଜ୍‌ ନିକଟ ହେଲିପାଡରେ ଓହ୍ଲାଇବେ ।


ସେଠାରୁ ସେ ସଡ଼କ ପଥରେ ଆସି ୧୦ଟା ୧୫ ମିନିଟ୍‌ରେ D.D. ମେଡ଼ିକାଲ୍‌ କଲେଜରେ ପହଞ୍ଚିବେ । ଏହାପରେ ସେ ସେଠାରୁ ୧୧ଟା ୨୦ରେ ବାହାରି ୧୧ଟା ୪୦ରେ ବାହାରି ହେଲିକପ୍ଟର୍ ଯୋଗେ ୧୨ଟା ୩୦ରେ କଟକ ବାଲିଯାତ୍ରା ପଡିଆରେ ଓହ୍ଲାଇବେ । ସେଠାରୁ ସେ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ କ୍ରିକେଟ୍ ମ୍ୟାଚରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
cm-mohan-majhi-one-day-visit-to-keonjhar | Argus News