Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Budget 2025: 'ଆଶାଠାରୁ ଅଧିକ ଅଜାଡ଼ି ଦେଲେ ମୋଦି ସରକାର'

Odisha

Budget 2025: 'ଆଶାଠାରୁ ଅଧିକ ଅଜାଡ଼ି ଦେଲେ ମୋଦି ସରକାର'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Budget 2025: 'ଆଶାଠାରୁ ଅଧିକ ଅଜାଡ଼ି ଦେଲେ ମୋଦି ସରକାର'

ଅର୍ଗସ ବ୍ୟୁରୋ: ବଜେଟ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା । ଏମିତି ବଜେଟ୍ ପୂର୍ବରୁ କେବେ ହୋଇନଥିବା କହୁଛନ୍ତି ଅନେକ ନେତା । ଏହି ବଜେଟ୍ ମଧ୍ୟବିତ୍ତଙ୍କ ପାଇଁ ଏକ ବଡ଼ ଉପହାର ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେବେ ଏହି ବଜେଟ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହା ବିକଶିତ ଭାରତ ପାଇଁ ବଜେଟ । ବଜେଟ ୨୦୨୫କୁ ବିକଶିତ ଭାରତର ସ୍ଵପ୍ନ ସାକାର କରିବ । ଏହା ଏକ ପ୍ରକାର ଲୋକାଭିମୁଖୀ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, MSME, ପୁଞ୍ଜି ନିବେଶ, ରିସର୍ଚ୍ଚ, ନିଯୁକ୍ତି ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝି ଆହୁରି କହିଛନ୍ତି,‍ ଦେଶର ମଧ୍ୟବିତ୍ତ ଏବଂ ନିମ୍ନ ଆୟବର୍ଗଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବା ନିମନ୍ତେ ବଜେଟରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶର ସାଧାରଣ ନାଗରିକଙ୍କ ହିତ ପାଇଁ ଏଭଳି ଏକ ଐତିହାସିକ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମାଝି । ଏହି ବଜେଟ ଭାରତର ସାମଗ୍ରିକ ବିକାଶକୁ
ତ୍ୱରାନ୍ୱିତ କରିବା ସହ ବିକଶିତ ଭାରତ ନିର୍ମାଣରେ ନିଶ୍ଚୟ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ବଜେଟକୁ ଜନତା ଜନାର୍ଦ୍ଦନଙ୍କ ବଜେଟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୪୦ କୋଟି ଦେଶବାସୀଙ୍କ ଆଶା ପୂରଣ କରିବାକୁ ବଜେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଐତିହାସିକ ବଜେଟ ବିକଶିତ ଭାରତ ଗଠନ ପାଇଁ ଶକ୍ତିଶାଳୀ ମୂଳଦୂଆ ପକାଇକୁ ସକ୍ଷମ ବୋଲି କହିଛନ୍ତି ମୋଦି । ଏହି ବଜେଟ ଦେଶର ବିକାଶକୁ ସୁନିଶ୍ଚିତ କରିଛି । ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବା ସହ ଗ୍ରାମୀଣ ଅର୍ଥନୀତିକୁ ବଳ ଯୋଗାଇବ । ମଧ୍ୟବିତ୍ତ, କର୍ମଜୀବୀ, ଚାକିରିଆଙ୍କ ସମେତ ସମସ୍ତ ଆୟ ବର୍ଗର ଲୋକଙ୍କୁ ବଜେଟ ଫାଇଦା ଦେବ ବୋଲି କହିଛନ୍ତି ମୋଦି ।

ତେବେ କୁହାଯାଉଛି ଯେତେକି ଆଶା କରାଯାଉଥିଲା ବଜେଟରେ ତାଠାରୁ ଢେର ଅଧିକ ଅଜାଡ଼ି ଦେଇଛନ୍ତି ଅଥମନ୍ତ୍ରୀ । ମିଡିଲ କ୍ଲାସ୍ ବା ମଧ୍ୟମ ବର୍ଗଙ୍କର ପୂରା ବଲ୍ଲ୍ଲେ ବଲ୍ଲେ। ମାସକୁ ଲକ୍ଷେ ଟଙ୍କା ରୋଜଗାର କରୁଥିଲେ ବି ଆଉ ଦେବାକୁ ପଡ଼ିବ ନାହିଁ ଆୟକର। ଅର୍ଥାତ ୧୨ ଲକ୍ଷ ଟଙ୍କାର ବାର୍ଷିକ ରୋଜଗାରକୁ ଟାକ୍ସ ଫ୍ରି କରିଦେଇଛନ୍ତି ମୋଦି ସରକାର। ଖାଲି ସେତିକି ନୁହେଁ ଏଥିସହ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନର ଫାଇଦା ବି ମିଳିବ ।

ଏବେ ଆସନ୍ତୁ ଜାଣିବା ଟାକ୍ସ ସ୍ଲାବରେ ପରିବର୍ତ୍ତନ ପୂର୍ବରୁ କେତେ ରୋଜଗାର ପାଇଁ କେତେ ଆୟକର ଦେବାକୁ ପଡୁଥିଲା । ଆଉ ବର୍ତ୍ତମାନ କେତେ ଫାଇଦା ମିଳିବ। ପୂର୍ବରୁ ବାର୍ଷିକ ୧୨ଲକ୍ଷ ଟାଙ୍କର ଆୟରେ ୭୧ ହଜାର ୫୦୦ ଟଙ୍କାର ଟାକ୍ସ ଦେବାକୁ ପଡୁଥିବା ବେଳ ଏବେ ଆଦୌ କର ଦେବାକୁ ହେବନି।

ସେହିପରି ୧୩ଲକ୍ଷ ଟଙ୍କାର ରୋଜଗାର ପାଇଁ ପୂର୍ବରୁ ୮୮ ହଜାର ୪୦୦ ଟଙ୍କାର ଟିକସ ଦେବାକୁ ପଡୁଥିବା ବେଳେ ଏବେ ୬୬,୩୦୦ ଟଙ୍କା ଟାକ୍ସ ଭରିବାକୁ ପଡ଼ିବ। ଅର୍ଥାତ ସିଧାସିଧା ୨୨,୧୦୦ ଟଙ୍କାର ଫାଇଦା। ବାର୍ଷିକ ୧୫ଲକ୍ଷ ଟଙ୍କାର ରୋଜଗାରରେ ୧ ଲକ୍ଷ ୩୦ ହଜାର ଟଙ୍କାର ଆୟକର ଦେବାକୁ ପଡୁଥିଲା। ନୂଆ ସ୍ଲାବ ଅନୁଯାୟୀ ଏବେ ୯୭ ହଜାର ୫୦୦ ଟଙ୍କା ଦେବାକୁ ପଡ଼ିବ।

ସେହିପରି ୧୭ଲକ୍ଷ ଟଙ୍କାର ଇନକମ୍ ଉପରେ ପୂର୍ବରୁ ୧ ଲକ୍ଷ ୮୪ ହଜାର ଟଙ୍କାର ଟାକସ ଭରିବାକୁ ପଡୁଥିବା ବେଳେ ଏବେ ୧ ଲକ୍ଷ ୩୦,୦୦୦ ଟଙ୍କାର ଦାବକୁ ପଡିବ ଟାକ୍ସ ଅର୍ଥାତ ସିଧାସିଧା ୫୪ ହଜାର ୬୦୦ ଟଙ୍କାର ସଂଚୟ। ୨୨ଲକ୍ଷ ଟଙ୍କା ରୋଜଗାରରେ ୩ ଲକ୍ଷ ୪୦ ହଜାର ୬୦୦ ଟଙ୍କାର ଟାକ୍ସ ଭରିବାକୁ ପଡୁଥିଲା ଆଗରୁ କିନ୍ତୁ ଏବେ ୨,୪୦,୫୦୦ ଟଙ୍କା ଟାକ୍ସ ଦେବାକୁ ପଡ଼ିବ ମାନେ ସିଧା ୧,୦୦,୧୦୦ ଟଙ୍କାର ଫାଇଦା।


୨୫ ଲକ୍ଷ ଟଙ୍କାର ଆୟ ପାଇଁ ୪ ଲକ୍ଷ ୩୪ ହଜାର ୨୦୦ ଟଙ୍କାର ଟାକ୍ସ ଲାଗୁଥିଲା ଆଉ ନୂଆ ସ୍ଲାବ ଅନୁଯାୟୀ ୩,୧୯,୮୦୦ ଟଙ୍କା ହିଁ ଦେବାକୁ ହେବ ଟାକ୍ସ। ଅର୍ଥାତ ୧ ଲକ୍ଷ୧୪,୪୦୦ ଟଙ୍କାର ସଞ୍ଚୟ ହେବ କରଦାତାଙ୍କର। ସେଥିପାଇଁ ବଜେଟକୁ ନେଇ ମଧ୍ୟମବର୍ଗ ବେଶୀ ଖୁସି। କାରଣ ସିଧାସିଧା ତାଙ୍କ ପକେଟରେ ବଡ଼ ସଞ୍ଚୟ ହେବାକୁ ଯାଉଛି।

ଏହାବ୍ୟତୀତ ମଧ୍ୟବିତଙ୍କୁ ଆହୁରି କେତେକ କ୍ଷେତ୍ରରେ ବି ବଡ ଧରଣର ଆସ୍ୱସ୍ତି ନେଇ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସିନିଅରେ ସିଟିଜେନଙ୍କ କ୍ଷେତ୍ରରେ ସୁଧରେ ଦେବାକୁ ପଡ଼ୁଥିବା ଟାକ୍ସ କମାଇ ଦିଆଯାଇଛି। ଜୀବନ ରକ୍ଷକ ଔଷଧଗୁଡିକ ବି ଶସ୍ତା କରିଦିଆଯାଇଛି। ୩୬ଟି ଏପରି ଜୀବନ ରକ୍ଷକ ଔଷଧ ରହିଛି ଯାହା ଉପରୁ କଷ୍ଟମ ଡ୍ୟୁଟି କମାଇ ଦିଆଯାଇଛି। ଯାହାର ଫାଇଦା ପାଇବେ ମଧ୍ୟମ ବର୍ଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Mohan Majhi Praise To Budget 2025 | Argus News