Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୋହନଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍: ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଆଗତ

Odisha

ମୋହନଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍: ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଆଗତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମୋହନଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍: ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଆଗତ

ଭୁବନେଶ୍ଵର: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ୍ ଆଗତ କରିଛନ୍ତି । ମୋହନ ସରକାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଗୃହରେ ଉପସ୍ଥାପନ କରୁଛନ୍ତି । ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।


ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଆକଳନ କରିଛନ୍ତି ସରକାର । ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ ଗ୍ରହଣ କରାଯାଇଛି । ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରହିଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ସରକାର ଆଶାବାଦୀ ଅଛନ୍ତି । ଶିକ୍ଷା, ସ୍ଵାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖିଛନ୍ତି ସରକାର । ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୃଷି ପାଇଁ ଏଥର ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ସିଏମ୍‌ କିଷାନ ଯୋଜନା ପାଇଁ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି । ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ ।


`ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର' ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ଘରୋଇ ସୋଲାର ପ୍ରକଳ୍ପ ଲାଗି ମିଳିବ ସହାୟତା । ୩ କିଲୋୱାଟ ସୋଲାର ପ୍ରକଳ୍ପ ନିମନ୍ତେ ମିଳିବ ୬୦ ହଜାର ଟଙ୍କାର ଅତିରିକ୍ତ ସହାୟତା । ଏହି ସହାୟତା ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ ଯୋଗାଇ ଦିଆଯିବ । ଏଥିଲାଗି ଚଳିତ ଆର୍ଥିକ ବର୍ଷରେ ୮୨୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

Sponsored
CM Mohan Majhi presents Rs 2.90 lakh crore Budget for 2025-26 FY | Argus News