|
logo
Live

Argus News - ଚାଷୀ ଆୟ ଓ ଜଳସେଚନକୁ ନେଇ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

Odisha

ଚାଷୀ ଆୟ ଓ ଜଳସେଚନକୁ ନେଇ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଚାଷୀ ଆୟ ଓ ଜଳସେଚନକୁ ନେଇ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ଚାଷୀ ଆୟ ଓ ଜଳସେଚନକୁ ନେଇ ପୂର୍ବ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । କହିଲେ, ଅନେକ ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ପାଇବାରୁ ବଞ୍ଚିତ ରଖିଥିଲେ ପୂର୍ବ ସରକାର । ଗତ ବର୍ଷ 46 ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ମିଳିଥିଲା । ତେବେ ଏଥର ବଞ୍ଚିତ ହେଉଥିବା ଆହୁରି 5 ଲକ୍ଷ ଚାଷୀଙ୍କୁ ଯୋଜନାରେ ସାମିଲ କରାଯାଇ ସହାୟତା ରାଶି ଦିଆଗଲା । ଏଥର ସହରାଞ୍ଚଳ ଚାଷୀଙ୍କୁ ମଧ୍ୟ ସିଏମ୍ କିଷାନ ଯୋଜନାରେ ସାମିଲ କରାଯାଇଛି । ଚାଷୀଙ୍କ ଆୟ ଦୁଇ ଗୁଣିତ କରିବା ଦିଗରେ ଓଡ଼ିଶା ପଛରେ ଅଛି । ଅନ୍ୟ ରାଜ୍ୟ ତୁଳନାରେ ତଳ ଆଡୁ ଦ୍ଵିତୀୟ ସ୍ଥାନରେ ଅଛି ଓଡ଼ିଶା ।

ସେହିପରି ଜଳସେଚନ ନେଇ ମଧ୍ୟ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 25 ବର୍ଷ ଧରି କେବଳ ସ୍ଲୋଗାନ ଚାଲୁଥିଲା । କାମ କମ୍ ପ୍ରଚାର ବେଶୀ ଥିଲା । ପୂର୍ବ ସରକାର ଜମିକୁ ଜଳ, ଠିକାଦାରଙ୍କୁ ବଳ ନୀତିରେ ଚାଲିଥିଲା ଜଳ ସମ୍ପଦ ବିଭାଗ । ରାଧେ ରାଧେ ତୁମର ଅଧେକୁ ଆମର ଅଧେ ନୀତି ଚାଲିଥିଲା । ପୂର୍ବ ସରକାର କହିଥିଲେ 35 ପ୍ରତିଶତ ଜଳସେଚନ କରିବେ । 10 ଲକ୍ଷ ହେକ୍ଟର ହିସାବରେ 5 ବର୍ଷରେ 50 ଲକ୍ଷ ହେକ୍ଟର ଜମି ଜଳସେଚନ ହେବା କଥା । କିନ୍ତୁ ମାତ୍ର 17 ଲକ୍ଷ ହେକ୍ଟର ଜଳସେଚନ ହୋଇଛି ।

ଆଉ ଏହା ମଧ୍ୟ କେବଳ କାଗଜ କଲମରେ ହୋଇଥିଲା । ଏହା ସହ 35 ପ୍ରତିଶତ ଜଳସେଚନ ମଧ୍ୟ ସବୁ ଜାଗାରେ ହୋଇନାହିଁ । କେଉଁଠି 15 ପ୍ରତିଶତ ତ ପୁଣି କେଉଁଠି 17 ପ୍ରତିଶତ ହୋଇଛି । ମୋ ନିଜ ନିର୍ବାଚନ ମଣ୍ଡଳୀରେ ମାତ୍ର 19 ପ୍ରତିଶତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚାଷୀ ଆୟ ଓ ଜଳସେଚନକୁ ନେଇ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ | Argus News