Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଥା ରଖିଲେ ମୋହନ ! ଓଜାଡି ଦେଲେ ମୁଖ୍ୟମନ୍ତ୍ରୀ

Odisha

କଥା ରଖିଲେ ମୋହନ ! ଓଜାଡି ଦେଲେ ମୁଖ୍ୟମନ୍ତ୍ରୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
କଥା ରଖିଲେ ମୋହନ ! ଓଜାଡି ଦେଲେ ମୁଖ୍ୟମନ୍ତ୍ରୀ

Key Points

  • କଥା ରଖିଲେ ମୋହନ
  • ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍‌, ଆକାର ବଢିଲା ୧୫ ପ୍ରତିଶତ
  • ସରକାରୀ ଯୋଜନାରୁ ବିଜୁ-ନବୀନଙ୍କ ନା ବାଦ

ଅର୍ଗସ ବ୍ୟୁରୋ: କଥା ଦେଇ କଥା ରଖିଲେ ମୋହନ । ମହିଳାଙ୍କଠୁ ଆରମ୍ଭ କରି ଚାଷୀ, ସାଧାରଣ ଜନତା ଓ ଯୁବବର୍ଗ ସମସ୍ତଙ୍କୁ ବଜେଟ୍‌ରେ ଖୁସ୍‌ କରିଦେଲେ ମୋହନ ସରକାର ।  ଏହାସହ ମୁଖ୍ୟମନ୍ତ୍ରୀ କଲେ ନୂଆ ରେକର୍ଡ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ‌ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି । ବିଧାନସଭାରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ପୂର୍ବରୁ କେହି ଏତେ ସମୟ ବଜେଟ ପଢିନଥିଲେ । ନିଜ ପାଖରେ ଅର୍ଥବିଭାଗ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍ ଯାଏଁ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । ଯାହାକୁ ନେଇ ବଢିଛି ଚର୍ଚ୍ଚା ।

ରାଜ୍ୟ ବଜେଟ୍‌ର ରୂପରେଖ କଣ ହେବ ତାହାକୁ ନେଇ ଚର୍ଚ୍ଚା ଥିଲା, ହେଲେ ସେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଦିଲ୍‌ ଖୋଲି ବଜେଟ୍‌ ଉପସ୍ଥାପନ କରିଛନ୍ତି ମୋହନ ମାଝୀ । ସମାଜର ପ୍ରତିଟି ବର୍ଗକୁ ଦେଇଛନ୍ତି ଗୁରୁତ୍ଵ ।  ଖାସ୍‌ କରି ମୋହନ କୃଷି, ଶିକ୍ଷା ସହ ଜନକଲ୍ୟାଣକାରୀ ଯୋଜନାକୁ ଗୁରୁତ୍ଵ ଦେଇଛନ୍ତି । ପୂର୍ବବର୍ଷ ଅପେକ୍ଷା କୃଷି ବଜେଟ ପରିମାଣ ୩୬ ପ୍ରତିଶତ ବୃଦ୍ଧି ପାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟ ବରାଦ ହୋଇଛି । ଖଣି ଟିକସ ଉପରେ ନିର୍ଭରଶୀଳ ରାଜ୍ୟ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ମୋହନ ସରକାର । ୩୩ ହଜାର ୯୧୯ କୋଟିର କୃଷି ବଜେଟ୍ ସହ କୃଷି ପାଇଁ ବଜେଟରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ପୂର୍ବବର୍ଷ ତୁଳନାରେ କୃଷି ବଜେଟ ପରିମାଣ  ୩୬ ପ୍ରତିଶତ ବୃଦ୍ଧି ପାଇଛି । ସିଏମ କିସାନ ଯୋଜନା ପାଇଁ ୧୯୩୫ କୋଟି, ଶ୍ରୀ ଅନ୍ନ ଯୋଜନା ପାଇଁ ୬୪୯ କୋଟି ଘୋଷଣା ହୋଇଛି । ପୂର୍ବ ଘୋଷଣା ଅନୁସାରେ ୩୧ ଶହ ଟଙ୍କାରେ ଧାନ କିଣିବେ ମୋହନ ସରକାର । ଠିକ୍‌ ସେହିପରି ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଅନୁଦାନ ଘୋଷଣା ହୋଇଛି । ରାଜ୍ୟରେ ବନ୍ୟା ଓ ବାତ୍ୟା ଦାଉରୁ ଚାଷ ଓ ଚାଷୀଙ୍କୁ ରକ୍ଷା କରିବାକୁ ବଜେଟରେ ବଡ଼ ଘୋଷଣା କରିଛନ୍ତି ମୋହନ ସରକାର । 

ନଜର ପକାନ୍ତୁ କେଉଁ ଯୋଜନା ପାଇଁ କେତେ ଅର୍ଥ ବରାଦ ?
MSP ୩୧୦୦ :
ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଏବେ  ୩୧୦୦ ଟଙ୍କାକୁ ବୃଦ୍ଧି ହେଲା
ବୋନସ ବୃଦ୍ଧି କରି ଏମଏସପିକୁ ୩୧୦୦ କରାଯିବ
ପୂର୍ବରୁ ଏମଏସପି ୨୩୦୦ ଟଙ୍କାକୁ ବୃଦ୍ଧି କରିଛି କେନ୍ଦ୍ର
ସୁଭଦ୍ରା ଯୋଜନା :
ପରିବାରର ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର
୨ ବର୍ଷରେ ୫୦ ହଜାର ଟଙ୍କା କରିବେ ଖର୍ଚ୍ଚ
ମହିଳାଙ୍କୁ ଆର୍ଥିକ ସଶକ୍ତ କରିବାକୁ ପ୍ରୟାସ
ତେବେ ସୁଭଦ୍ରା ଯୋଜନାର ହିତାଧିକାରୀ ହେବାକୁ କଣ ଗାଇଡଲାଇନ ରହିବ ତା ଉପରେ ନଜର
କାଳିଆ ଯୋଜନା :
କାଳିଆ ଯୋଜନାର ଭବିଷ୍ୟତ ନେଇ ନିଷ୍ପତ୍ତି
ବାର୍ଷିକ ୪ ହଜାର ଟଙ୍କା ପାଉଛନ୍ତି ଚାଷୀ
ଉଭୟ ରବି ଓ ଖରିଫ ଫସଲ ପାଇଁ ମିଳୁଛି ସହାୟତା
୨୦୧୮ରେ ଆରମ୍ଭ ହୋଇଥିଲା କାଳିଆ ଯୋଜନା
୪୫ ଲକ୍ଷ ୬୭ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳୁଥିଲା ସହାୟତା
ଭତ୍ତା ଟଙ୍କା ୩୦୦୦ :
୩୦୦୦ ଟଙ୍କା ଭତ୍ତାରେ ବାଜିବ ମୋହର
ବିଭିନ୍ନ ବର୍ଗର ଭତ୍ତା ବୃଦ୍ଧି କରିବାକୁ ଦେଇଥିବା କଥା ରଖିଛି ବିଜେପି
ବିଏସକେୱାଇ ସହ ଆୟୁଷ୍ମାନର ମିଶ୍ରଣ :
ବିଏସକେୱାଇରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ
ପରିବାର ପିଛା ୫ ଲକ୍ଷ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମିଳୁଛି ଚିକିତ୍ସା ସୁବିଧା
ରାଜ୍ୟରେ ଆୟୁଷ୍ମାନ ଲାଗୁ କରିବାକୁ କହିଛନ୍ତି ସରକାର
ପୂର୍ବ ସରକାର ଆୟୁଷ୍ମାନ ଲାଗୁ କରାଇ ଦେଉନଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଯେଉଁ ଯୋଜନା ନବୀନ ପଟ୍ଟନାୟକ ସରକାରରେ ଚାଲୁଥିଲା ତାହା ମୋହନ ମାଝୀ ସରକାରରେ ମଧ୍ୟ ଜାରି ରହିବ । ତେବେ ଯେଉଁ ଯୋଜନାରେ ବିଜୁ ଓ ନବୀନଙ୍କ ନାମ ଥିଲା, ନୂଆ ସରକାରରେ ସେସବୁର ନାମ ବଦଳାଇ ଦିଆଯାଇଛି । ଏଥିସହିତ ପାଖାପାଖି ୧୬ଟି ନୂଆ ପଦକ୍ଷେପ ନେଇଛନ୍ତି ସରକାର । ବଜେଟ୍‌ର ଆକାର ୨ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ବଜେଟ୍‌ ଠାରୁ ଏହା ୧୫% ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା। ମୋଟ୍‌ ଉପରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଏହାର ଇସ୍ତାହାରରେ ରାଜ୍ୟବାସୀଙ୍କ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, କ୍ଷମତାକୁ ଆସିବା ପରେ ମୋହନ ସରକାର ସେଥିରୁ ଅନେକର କାର୍ଯ୍ୟାନ୍ଵୟନ ପାଇଁ ଉଦ୍ୟମ କରିଛନ୍ତି। ଯେହେତୁ ସ୍ଵୟଂ ମୁଖ୍ୟମନ୍ତ୍ରୀ ନିଜ ହାତରେ ଅର୍ଥ ବିଭାଗ ରଖିଛନ୍ତି, ଏଣୁ ସ୍ଵାଭାବିକ ଭାବେ ପ୍ରସ୍ତାବିତ ବଜେଟ୍‌ରୁ ଗୁରୁତ୍ବ ବଢ଼ିଛି। ସରକାର ଏହାକୁ ଜନସାଧାରଣଙ୍କ ବଜେଟ୍ ବୋଲି ସୂଚାଇବା ସହିତ ‘ବିକଶିତ ଓଡ଼ିଶା -ବିକଶିତ ଭାରତ’ ସ୍ଲୋଗାନ୍ ଦେଇଛନ୍ତି । 

Sponsored
CM Mohan Majhi | Argus News